ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

Aug 03, 2026 - 14:04
ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ ଚାଷୀ ଜଣକ ହେଲେ ଅଭିମନ୍ୟୁ ମଲିକ।

ମିଳିଥିବା ସୂଚନା ମୁତାବକ, ଅଭିମନ୍ୟୁ ସକାଳେ ନିଜ ଚାଷ ଜମିକୁ ଯାଇଥିଲେ। ହେଲେ ଦୁବ ନାଳ ପାଣି ସ୍ରୋତରେ ଭାସି ଯାଇଥିଲେ l ଏନେଇ ସ୍ଥାନୀୟ ଲୋକ ପୋଲିସ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l ଅଗ୍ନିଶମ କର୍ମଚାରୀ ବୋଟ ସହାୟତାରେ ଖୋଜାଖୋଜି ପରେ ଅଭିମନ୍ୟୁଙ୍କ ମୃତଦେହ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।