ନାବାଳକ ଛାତ୍ରଙ୍କୁ ରାଗିଂ ଘଟଣା, ୨୦ ଦିନ ବିତିଯାଇଥିଲେ ସୁଦ୍ଧା ହୋଇନି କାର୍ଯ୍ୟାନୁଷ୍ଠାନ
ଦେବଗଡ,୪।୮(ଶଶାଙ୍କ ଶେଖର ଝାଙ୍କର): ଯୁକ୍ତଦୁଇ ଛାତ୍ରଙ୍କ ଦ୍ୱାରା ନବମ ଓ ଦଶମ ଶ୍ରେଣୀର ଛାତ୍ର ରାଗିଂର ଶିକାର ହୋଇଛନ୍ତି । ଛାତ୍ର ଆହତ ହୋଇଥିବା ଘଟଣାରେ ୨୦ ଦିନ ବିତିଥିଲେ ସୁଦ୍ଧା ସମସ୍ତେ ଚୁପ୍ ରହିଛନ୍ତି । ପୋଲିସ ମାମଲା ରୁଜୁ କରି ରହିଯାଇଥିବା ବେଳେ ମଙ୍ଗଳ କମିଟି ଓ ଜିଲା ଶିଶୁ ସୁରକ୍ଷା ବିଭାଗ ଓ କଂଗ୍ରେସ କମିଟି ସ୍କୁଲରେ ତଦନ୍ତ ଓ ଆଲୋଚନା କରି କଣ ପାଇ ଚୁପ୍ ହେଇ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ସମାଲୋଚନା ହେଉଛିନ।
ସୂଚନାଥାଉକି, ଦେବଗଡ ଜିଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ବରିଷ୍ଠ ବିଭାଗର ଛାତ୍ର କନିଷ୍ଠ ବିଭାଗରେ ଥିବା ଛାତ୍ରଙ୍କୁ କ୍ରିକେଟ ବ୍ୟାଟ, ବେଲ୍ଟ ଏବଂ ଚପଲରେ ମାଡ ମାରିଛନ୍ତି । ଯୁକ୍ତ ଦୁଇ ଛାତ୍ରଙ୍କ ଦ୍ୱାରା ନବମ ଓ ଦଶମ ଶ୍ରେଣୀର ଛାତ୍ର ରାଗିଂର ଶିକାର ହୋଇଛନ୍ତି । ନିସ୍ତୁକ ମାଡ ମାରିବାରୁ ୬ ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ପିଲାର ଆଖିରେ ଆଘାତ ଲାଗିଥିବା ବେଳେ ଅନ୍ୟ ୫ ଜଣ ପିଲାଙ୍କର ଶରୀରର ବିଭିନ୍ନ ସ୍ଥାନରେ ମାଡ ମାରିଥିବା ଚିହ୍ନ ଦେଖିବାକୁ ମିଳିଛି । ଗତ ୧୪ ତାରିଖ ବିଳମ୍ବିତ ରାତିରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ଡାକି ରାଗିଂ କରିବା ସହିତ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ରାଗିଂର ଶିକାର ହୋଇଥିବା ଛାତ୍ରମାନେ ଭୟରେ କାହାକୁ କିଛି କହିନଥିଲେ । କିନ୍ତୁ ଜଣେ ପିଲାର ଆଖିରେ ଆଘାତ ଲାଗିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଘଟଣା ବିଷୟରେ ପଚାରି ଜାଣିବାକୁ ପାଇଥିଲେ । ଏନେଇ ଅଭିଭାବକ ମାନଙ୍କୁ ସୂଚନା ଦିଆଯାଇଥିଲା । ତେବେ ବିଳମ୍ବିତ ରାତିରେ ଘଟିଥିବା ଏଭଳି ଏକ ଘଟଣା ବିଷୟରେ ବିଦ୍ୟାଳୟର କତୃପକ୍ଷ ହଠାତ କିଭଳି ଜାଣିପାରିଲେ ନାହିଁ ବୋଲି ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଅଭିଭାବକଙ୍କ ଅଭିଯୋଗ ଆଧାରରେ ରାଗିଂ ଏବଂ ମାଡ ମାରିଥିବା ୯ ଜଣ ଯୁକ୍ତ ଦୁଇ ପିଲାଙ୍କ ବିରୋଧରେ ପୋଲିସ ବି.ଏନ.ଏସ.ର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାଡ ମାରିଥିବା ୯ ଜଣ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ଉତମ ପ୍ରସାଦ, ପିଏମଶ୍ରୀ ଜେଏନଭି ସୂଚନା ଦେଇଥିଲେ । ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଉତମ ପ୍ରସାଦଙ୍କୁ ପଚାରିବାରୁ ସେ କହିଲେ ମିଡିଆଙ୍କୁ କହିବାକୁ ଆମକୁ ମନା କରାଯାଇଅଛି ଓ ସେଦିନ ଦାୟିତ୍ୱରେ ଥିବା କର୍ମଚାରୀକୁ ବିଦ୍ୟାଳୟକୁ ଆସିବାକୁ ମନା କରାଯାଇଅଛି । ଏପଟେ ଦେବଗଡ ଥାନା ଅଧିକାରୀ ସବ୍ୟସାଚୀଶତପଥୀଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା କଥା କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।