ଦ୍ରୁତ ଗତିରେ ଯାଉଥିଲା କାର, ସନ୍ଦେହରେ ମାଡ଼ିବସିଲା ପୋଲିସ: ମାଡିବସିଲା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ…
ମୋହନା, ୨।୬(ମନ୍ମଥ ମିଶ୍ର): ଅଡବା ପୋଲିସକୁ ବଡ଼ ସଫଳତା । ସୋମବାର ଅଡବାରୁ ରାଇପଙ୍କାକୁ ପେଟ୍ରୋଲିଂ କରୁଥିବା ସମୟରେ ରାଇପଙ୍କା ଗାଁ ନିକଟରେ ଏକ ଦାମୀ କାର ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ ସନ୍ଦେହ କରି କାରକୁ ଅଟକାଇ ଯାଞ୍ଚ କରିଥିଲା।ଯାଞ୍ଚ ସମୟରେ କାର ଭିତରୁ ୮ଟି ଜରି ଅଖାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହାର ଓଜନ କରାଯାଇଥିଲା ଓ ମୋଟ ୨୦୦ କିଲୋ ଗଞ୍ଜେଇ ବାହାରିଲା।
ପୋଲିସ ସୂଚନା ଅନୁସାରେ, ଏହି ଗଞ୍ଜେଇ ଅଡବା ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଚୋରାଚାଲାଣ କରାଯାଉଥିଲା। ଏହି ଘଟଣାରେ ଅଡବା ଥାନାରେ କେସ୍ ନମ୍ବର ୧୨୦/୨୦୨୬ ରେ ମାମଲା ରୁଜୁ କରାଯାଇଛି। ପୋଲିସ ଏହି ଘଟଣାରେ ବ୍ୟବହୃତ ଦାମୀ କାର (ଓଡି ୦୨ ସି ଜେ ୫୫୯୯) ସହ ଦୁଇଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ରାଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସଂକ୍ରାନ୍ତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
Dharitri – Odisha’s No.1 Odia Daily
The post ଦ୍ରୁତ ଗତିରେ ଯାଉଥିଲା କାର, ସନ୍ଦେହରେ ମାଡ଼ିବସିଲା ପୋଲିସ: ମାଡିବସିଲା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ… appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।