27 JUNE 2026

Welcome!

Unlock your personalized experience.
Sign Up

ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି, ଜାଣନ୍ତୁ ପୁରୀକୁ କେଉଁଠି ରୁମ୍‌ରେ ଆସିବେ, କେଉଁଠି କରିବେ ଗାଡ଼ି ପାର୍କିଂ

Jun 27, 2026 - 12:59
ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି, ଜାଣନ୍ତୁ ପୁରୀକୁ କେଉଁଠି ରୁମ୍‌ରେ ଆସିବେ, କେଉଁଠି କରିବେ ଗାଡ଼ି ପାର୍କିଂ

ପୁରୀ ୨୭/୦୬: ଦିନକ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡରେ ଠାକୁରଙ୍କ  ପ୍ରତ୍ୟକ୍ଷ ସ୍ନାନ ଓ ଗଜାନନ ବେଶ ଦେଖିବା ଲାଗି  ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ  ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଟ୍ରାଫିକ ବ୍ୟବସ୍ଥାରେ ଜଣେ ଏସ୍‌ପି ତଥା କମାଣ୍ଡାଣ୍ଟ ର‌୍ୟାଙ୍କ ଅଫିସରଙ୍କ ସହ ୨ଜଣ ଅତିରିକ୍ତ ଏସ୍‌ପି ତଥା  ଡେପୁଟି କମାଣ୍ଡାଣ୍ଟ, ୬ଜଣ ଡିଏସ୍‌ପି ତଥା ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ୧୦ଜଣ ଇନ୍ସପେକ୍ଟର, ୮୭ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୪୦ କନେଷ୍ଟବଳ, ୪୦୬ହୋମଗାର୍ଡଙ୍କ ସମେତ ୮ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ କରାଯାଇଛି ।

ଟୁରିଷ୍ଟ ଓ ରେଗୁଲାର ବସ୍‌

ସ୍ନାନଯାତ୍ରା ଦିନ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା  କରିଛି ପୁଲିସ । ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଟୁରିଷ୍ଟ ଯାତ୍ରୀବାହୀ  ବସଗୁଡିକ ମାଳତୀପାଟପୁରଠାରେ ପାର୍କିଂ କରିବେ । ସେହିପରି ଭୁବନେଶ୍ୱରୁ  ଆସୁଥିବା ରୋଗୁଲାର ଯାତ୍ରୀବାହୀ ବସ୍‌ ଅଠରନଳା ଦେଇ ଡାକ୍ତରଖାନା ଛକ  ଦେଇ ପୁରୀ ବସଷ୍ଟାଣ୍ଡରେ ପହଞ୍ଚିବ । କୋଣାର୍କ ପଟୁ ଆସୁଥିବା ରେଗୁଲାର  ଯାତ୍ରୀବାହୀ ବସ୍‌ଗୁଡିକ ବାଇଦାସନଗରଠୁ ମାଳତୀପାଟପୁର ଆରଓବି ଦେଇ  ବାଟଗାଁ,ଅଠରନଳା,ଡାକ୍ତରଖାନଛକ ଦେଇ ବସ୍‌ଷ୍ଟାଣ୍ଡ ରେ ପହଞ୍ଚିବ, ଅନ୍ୟପକ୍ଷରେ  ବ୍ରହ୍ମଗିରି ପଟୁ ଆସୁଥିବା ରେଗୁଲାର ଯାତ୍ରୀବାହୀ ବସଗୁଡିକ ମଙ୍ଗଳାଘାଟ ଛକ ଦେଇ  ବାଇପାସ୍‌ରେ ଆସି ହରେକୃଷ୍ଣପୁରଛକ ଦେଇ ଅଠରନଳା,ଡାକ୍ତରଖାନା ଛକ ଦେଇ  ବସ୍‌ଷ୍ଟାଣ୍ଡରେ ପହଞ୍ଚିବ । ସମସ୍ତ ଯାତ୍ରୀବାହୀ ବସ୍‌ଗୁଡିକ ବସ୍‌ଷ୍ଟାଣ୍ଡରୁ ଫେରିବାବେଳେ  ମାଟିଆପଡ଼ା ଛକ ଦେଇ ଅଠରନଳା ଦେଇ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ।  

ଅଧିକ ପଢ଼ନ୍ତୁ :-  Rath Khala Update: ଏଥର ୩ ରଥରେ ଲାଗିବ ନୂଆ ‘ବ୍ରେକ୍‌’, ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ଚିତ୍ରକର ସେବ

ହାଲୁକା ଯାନ

ହାଲୁକା ଯାନ ଭୁବନେଶ୍ୱର ପାର୍ଶ୍ବ  ଆସୁଥିବା ହାଲୁକା ଯାନଗୁଡ଼ିକ  ବାଟଗାଁ ଦେଇ ଶ୍ରୀସେତୁ  ଦେଇ  ଜଗନ୍ନାଥବଲ୍ଲଭ   ପିଲିଗ୍ରିମ୍‌ ପାର୍କିଂକୁ ଆସିବେ ।   ସେଠାରେ ପାର୍କିଂ ପୂର୍ଣ୍ଣହେବା  ପରେ ଜେଲ ରୋଡ ପାର୍କିଂକୁ  ଯିବେ । ସେଠାରେ ଫୁଲ  ହେବା ପରେ ଡାକ୍ତରଖାନାଛକ  ଦେଇ ଶରଧାବାଲିରେ ପାର୍କିଂ  କରିବେ । ଶରଧାବାଲି ପରେ ଭିଆଇପି ରୋଡ ଦେଇ ବ୍ଲୁଫ୍ଲାଗ୍‌ ବିଚ୍‌ ଓ ହୋଟେଲ  ନୀଳାଚଳ ଅଶୋକରେ ପାର୍କିଂ କରିବେ । ଏ ସମସ୍ତ ପାର୍କିଂ ଫୁଲ ହେବା ପରେ  ତାଳବଣିଆରେ ପାର୍କିଂ କରିବେ । ଯେଉଁ ରାସ୍ତା ଦେଇ ପ୍ରବେଶ କରିଛନ୍ତି, ସେହି ରାସ୍ତା  ଦେଇ ପ୍ରସ୍ଥାନ କରିବେ । ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ହାଲୁକାଯାନଗୁଡିକ ଶ୍ରୀସେତୁ  ଦେଇ ଜଗନ୍ନାଥବଲ୍ଲଭରେ ପାକି ର୍ଂ କରିବେ । ଏହି ପାର୍କିଂ  ପୂର୍ଣ୍ଣ ହେବା ପରେ ମଙ୍ଗଳାଘାଟ  ଛକ,ଷ୍ଟଲି ର୍ଂ ଛକଦେଇ ଯାତ୍ରିକା ପାର୍କିଂରେ ରଖିବେ । ଫେରିଲା ବେଳେ ସେହି ରାସ୍ତା ଦେଇ  ଫେରିବେ । କୋଣାର୍କ ପାଶ୍ୱର୍ରୁ ଆସୁଥିବା ଯାନଗୁଡିକ ବାଇଦାସ ନଗର, ଗ୍ରୀଡଷ୍ଟେସନ,  ପେଣ୍ଠକଟା, ସିଟିରୋଡ, ସୁଭାଷ ବୋଷଛକ ଦେଇ ବ୍ଲୁଫ୍ଲାଗ୍‌ ବିଚ୍‌ ପାର୍କିଂ ଓ ହୋଟେଲ  ନୀଳାଚଳ ଅଶୋକରେ ପାର୍କିଂ କରିବେ । ସେହି ରାସ୍ତା ଦେଇ ପ୍ରସ୍ଥାନ କରିବେ ।  

ଦୁଇଚକିଆ ଯାନ

​​​​​​​

ଭୁବନେଶ୍ୱର,  ବ୍ରହ୍ମଗିରି ଓ  କୋଣାର୍କ ପାଶ୍ୱ ର୍ରୁ  ଆସୁଥିବା ଦୁଇ  ଚକିଆଯାନଗୁଡିକ  ମାର୍କେଟ ଛକ  ପର୍ଯ୍ୟନ୍ତ ଆସି ମ୍ୟୁନିସିପାଲଟି ମାର୍କେଟ  କମ୍ପେ୍ଳକ୍ସରେ ପାର୍କିଂ କରିବେ ।  ସେଠାରେ ପାର୍କିଂ ଫୁଲ୍‌ ହୋଇଗଲେ ପୁରୁଣା ଜଗନ୍ନାଥବଲ୍ଲଭ ପାର୍କିଂରେ ଗାଡ଼ି  ରଖିବେ । ଫେରିବା ସମୟରେ ଜଗନ୍ନାଥବଲ୍ଲଭରେ ପାର୍କିଂ କରିଥିବା ଗାଡ଼ିଗୁଡିକ ନରେନ୍ଦ୍ରକୋଣ, ଜଟିଆ ବାବାଜୀ ଛକଦେଇ  ଫେରିବେ । ମ୍ୟୁନିସିପାଲିଟି ମାର୍କେଟ  କମ୍ପେ୍ଲକ୍ସରେ ପାର୍କିଂ କରିଥିବା ଯାନଗୁଡିକ ଡାକ୍ତରଖାନା ଛକ ଦେଇ ଫେରିବ ।  ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ବା  ପର୍ଯ୍ୟଟକମାନେ ଦୁଇ ଚକିଆଯାନଗୁଡିକ  ଭିଆଇପି ରୋଡଦେଇ ଦିଗବାରେଣୀ ଛକରେ ପାର୍କିଂ କରିବାର ବ୍ୟବସ୍ଥା ହୋଇଛି ।