ତାମ୍ପରାରେ ମେଳି ବାନ୍ଧିଲେ ଶତାଧିକ ବିଜେଡି କର୍ମୀ, ଭାଜପା ସରକାରକୁ ଟାର୍ଗେଟ୍‌ କରି…

Jul 20, 2026 - 12:38
ତାମ୍ପରାରେ ମେଳି ବାନ୍ଧିଲେ ଶତାଧିକ ବିଜେଡି କର୍ମୀ, ଭାଜପା ସରକାରକୁ ଟାର୍ଗେଟ୍‌ କରି…

ଗଞ୍ଜାମ,୨୦ା୭(ବିଦ୍ୟାଧର ସାହୁ): ଛତ୍ରପୁର ମଣ୍ଡଳୀ ସ୍ତରୀୟ ବିଜେଡିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତାମ୍ପରା ହ୍ରଦଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ନେତୃତ୍ୱ ନେଇଥିଲେ। ଦଳର ସାଙ୍ଗଠନିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ରାଜ୍ୟରେ ଭାଜପା ସରକାର ଆସିବା ଦିନଠାରୁ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ମାସ ମାସ ଧରି ବିଭିନ୍ନ ଭତ୍ତା ଲୋକମାନେ ପାଉ ନ ଥିବା ଆଦି ଆଲୋଚନା ହୋଇଥିଲା। ପୂର୍ବତନ ବିଧାୟକଙ୍କ ନେତୃତ୍ୱରେ ଦଳ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟ ଭାଜପା ସରକାରଙ୍କ ଯେଉଁ ଜନ ମାରଣ ନୀତି ଏବଂ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ସ୍ଥାଣୁ ପାଲଟି ଥିବା ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ମତବ୍ୟକ୍ତ କରିଥିଲେ ବୋଲି ପୂର୍ବତନ ବିଧାୟକ ସୁବାସ ବେହେରା ଗଣମାଧ୍ୟମକୁ କହିଛନ୍ତି।

ପୂର୍ବତନ ବିଧାୟକ ବେହେରାଙ୍କ ସମେତ ଜିଲାପରିଷଦ ସଭ୍ୟ ସନାତନ ବେହେରା, ଚକ୍ରପାଣି ରେଡ୍ଡୀ, ମୁନା ଦାସ, ଅକ୍ଷୟ ସ୍ବାଇଁ, ପ୍ରବାସୀ ପ୍ରଧାନ, ଗୋପାଳ ରାଓ, ଯୁବନେତା ରାଜେଶ ମହାରଣା, ରାଜିବାବୁ, ଗଞ୍ଜାମ ଏନ୍‌ଏସି ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ପୂର୍ବତନ ଏନ୍‌ଏସି ଉପଧ୍ୟାକ୍ଷ ନୀଳାଞ୍ଚଳ ବାରିକି, ସୁଦାମ ଚରଣ ଜେନା, ବିଭୂତି ପଲାଇ, କାହ୍ନୁ ବେହେରା, ନିଳେନ୍ଦ୍ରୀ ପ୍ରଧାନ, ଦିଲୁ ରେଡ୍ଡୀ, ମୋହନ ଦାସଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।