06 JULY 2026

Welcome!

Unlock your personalized experience.
Sign Up

ଜି.ଡି.ନାଇଡୁ ବାୟୋପିକର ଟ୍ରେଲର ରିଲିଜ୍, ଦମଦାର୍ ଲୁକରେ ନଜର ଆସିଲେ ଆର ମାଧବନ

Jul 05, 2026 - 22:34
ଜି.ଡି.ନାଇଡୁ ବାୟୋପିକର ଟ୍ରେଲର ରିଲିଜ୍, ଦମଦାର୍ ଲୁକରେ ନଜର ଆସିଲେ ଆର ମାଧବନ

ମୁମ୍ବାଇ,୫/୭ : ପ୍ୟାନ୍ ଇଣ୍ଡିଆ ଷ୍ଟାର ଆର.ମାଧବନଙ୍କ ଅପକମିଂ ଫିଲ୍ମ ‘ଜିଡିଏନ’ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ସେ ଭାରତର ଲୋକପ୍ରିୟ ଭିଜନାରୀ ଇନୋଭେଟର ଏବଂ ବୈଜ୍ଞାନିକ ଜି.ଡି.ନାଇଡୁଙ୍କ ଭୂମିକା ନିଭାଇଛନ୍ତି । ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦୁଇ ଗୁଣା ବଢିଯାଇଛି । ଏହା ଏକ ମୋଷ୍ଟ ଆଓ୍ବେଟେଡ ବାୟୋପିକ କୁହାଯାଉଛି । ଯାହା ଚଳିତ ବର୍ଷ ୧୭ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି ।

ଟ୍ରେଲରରେ ଆର.ମାଧବନଙ୍କୁ ଦମଦାର ଏବଂ ଗମ୍ଭୀର ଅନ୍ଦାଜରେ ଦେଖିବାକୁ ମିଳିଛି । ସେ ସମ୍ପୂର୍ଣ୍ଣ ଭାବେ ଜି.ଡି.ନାଇଡୁଙ୍କ ଚରିତ୍ରରେ ନଜର ଆସୁଛନ୍ତି । ତାଙ୍କ ସ୍କ୍ରିନ ପ୍ରେଜେନ୍ସ ଏବଂ ଅଭିନୟକୁ ଦେଖି ଏଭଳି ଲାଗୁଛି କି ତାଙ୍କୁ ଏହି ଚରିତ୍ର ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ଫିଲ୍ମରେ ତାଙ୍କ ଲୁକ୍ ଏବଂ ବଡି ଲାଙ୍ଗୁଏଜ୍ ବି ସମ୍ପୂର୍ଣ୍ଣ ପରଫେକ୍ଟ ନଜର ଆସୁଛନ୍ତି ।

‘ଜିଡିଏନ’ ଫିଲ୍ମ ଭାରତର ମହାନ ଇନୋଭେଟର ଜି.ଡି.ନାୟଡୁଙ୍କ ଜୀବନ ଉପରେ ଆଧାରିତ ଅଟେ । ଯାହାଙ୍କୁ ‘ଭାରତର ଏଡିସନ’ ବି କୁହାଯାଇଥାଏ । ଏହି ଫିଲ୍ମ କେବଳ ତାଙ୍କ ଇନୋଭେଶନର କାହାଣୀ ନୁହେଁ ବରଂ ତାଙ୍କ ଷ୍ଟ୍ରଗଲ, ଚିନ୍ତାଧାରା ଏବଂ ଜୀବନର ଇମୋଶନାଲ ଜର୍ଣ୍ଣିକୁ ବି ଦେଖାଉଛି । ଏହି ଫିଲ୍ମର ଟ୍ରେଲରରେ ଏଭଳି ସାଇନ ମିଳୁଛି କି ଫିଲ୍ମରେ ତାଙ୍କ ଜୀବନର କେତେକ ଅଜଣା କଥା ବି ଦେଖାଯିବ ।