ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ ବଳରେ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ରମେଶ ଚନ୍ଦ୍ର ଜେନା ମାଜିଷ୍ଟ୍ରେଟଙ୍କ ଆଦେଶ ସତ୍ତ୍ୱେ କୋର୍ଟରେ ହାଜର ହୋଇନଥିବାରୁ ମାମଲା ନଂ– ୨(ସି)(ସି)-୪/୨୦, ଦଫା– ପରିବେଶ ସୁରକ୍ଷା ଆଇନ, ୧୯୮୬ ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଏହି ସମ୍ପର୍କରେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଟପୁର ଥାନାର ଏସ୍ଆଇ ସୋଲେମାନ ଭୂୟାଁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ସେହିପରି, ପି. ରାମଚନ୍ଦ୍ରପୁର ଗ୍ରାମର ପ୍ରମୋଦ ନାୟକଙ୍କୁ ମାମଲା ନଂ– ଜି.ଆର.-୧୪୯/୧୯, ଦଫା– ୩୪୧/୨୯୪/୩୨୩/୫୦୬/୩୫୪/୩୪ ଅନୁଯାୟୀ କୋର୍ଟ ପକ୍ଷରୁ ଜାରି ହୋଇଥିବା ଜାମିନବିହୀନ ଗିରଫ ପରୱାନା ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଏହାଛଡ଼ା, ପାଟପୁର ଥାନା ଅନ୍ତର୍ଗତ ଖଇରପଦର ଗ୍ରାମର ନୀଳାଞ୍ଚଳ ସାହୁ ଓରଫ ‘ଅଜି’ଙ୍କୁ ମାମଲା ନଂ– ଜି.ଆର.-୮୬/୧୯, ଦଫା– ୨୭୯/୩୩୭/୩୩୮ ଅନୁଯାୟୀ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୋଲି ଆଇଆଇସି ବେହେରା ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।