ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…
Jul 06, 2026 - 10:27
ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ। ଜଗନ୍ନାଥଙ୍କ ଆଶୀର୍ବାଦ ମୋ’ ସର୍ବଦା ଉପରେ ରହୁ। ଅନ୍ୟ କୌଣସି କାରଣ ନୁହେଁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି। କୌଣସି ଚାପ ନ ଥିଲା। ଲୋକଙ୍କ ସେବା କରିବାର ସୁଯୋଗ ପାଇଛି ବୋଲି କହିଛନ୍ତି ଡିସିପି।