ଗୁରୁଣ୍ଡିଆ ଗ୍ରାମରେ ଚିତାବାଘ ପଶି ଏକ ଗାଈକୁ ମାରିଛି

Jul 15, 2026 - 21:27
ଗୁରୁଣ୍ଡିଆ ଗ୍ରାମରେ ଚିତାବାଘ ପଶି ଏକ ଗାଈକୁ ମାରିଛି

ଗୁରୁଣ୍ଡିଆ: ଏକ ଚିତାବାଘ ତାମଡ଼ା ରେଞ୍ଜ ଅନ୍ତର୍ଗତ ଗୁରୁଣ୍ଡିଆ ଗ୍ରାମରେ ଜନବସତିରେ ପଶି ଏକ ଗାଈକୁ ମାରିଖାଇଛି। ଏହାପରେ ଗାଁ ଓ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।

ସୂଚନାନୁସାରେ, ଅଗଷ୍ଟୁସ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ଗୁହାଳରେ ବନ୍ଧା ଥିବା ଏକ ଗାଈର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଚିତାବାଘ ଗାଁରେ ପଶି ଗାଈକୁ ଶିକାର କରିଥିବା ଗାଁଲୋକ ଅନୁମାନ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ତାମଡ଼ା ରେଞ୍ଜର ପ୍ରୟାଗ ପ୍ରଧାନ, ବନପାଳ ପ୍ରତାପ ସାହୁ ଏବଂ ବନ ବିଭାଗର ସ୍ପେଶାଲ ସ୍କ୍ୱାଡ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ଟିମ୍ ପକ୍ଷରୁ ସେଠାରେ ଥିବା ପଦଚିହ୍ନକୁ ଅନୁଧ୍ୟାନ କରାଯିବା ପରେ, ତାହା ଏକ ଚିତାବାଘର ପଦଚିହ୍ନ ବୋଲି ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।