ଗୁଡାରିରୁ ଭୁବନେଶ୍ୱର ବସ୍ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…
ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଗଠନର ୭ ଗୋଟି ଜିଲାର ବହୁ ଭଦ୍ରବ୍ୟକ୍ତି ନିଜ ନିଜ ସଂଗଠନ ପାଇଁ ପ୍ରତିନିଧିତ୍ୱ କରିଥିଲେ। ଗୁଡାରିରୁ ଭୁବନେଶ୍ୱର ଏକ ସରକାରୀ ବସ୍ ସେବା ପ୍ରଦାନ ନିମନ୍ତେ ସଂଗଠନ ସଭାପତିଙ୍କୁ ସ୍ଥାନୀୟ “ୟୁଥ ଫର ଚେଞ୍ଜ” ଯୁବଗୋଷ୍ଠୀ ପକ୍ଷରୁ ଏକ ଦାବି ପତ୍ର ଗତ କିଛିଦିନ ପୂର୍ବେ ପ୍ରଦାନ କରାଯାଇଥିଲା। ସଂଗଠନର ବୈଠକ ଆରମ୍ଭର କିଛି ମିନିଟ୍ ପରେ ସଭାପତି ଗୁଡାରିରୁ ଭୁବନେଶ୍ୱର ସରକାରୀ ବସ୍ ସେବା ପ୍ରଦାନ ପାଇଁ ଦାବି ଉପସ୍ଥାପନା କରିଥିଲେ। ଏହାଛଡ଼ା ସେ କହିଥିଲେ, ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ୍ ସେବା ପ୍ରଦାନ କରାନଗଲେ ଗୁଡାରିରୁ କିଛି ଯୁବକ ସାଇକେଲରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ସ୍ଥିର କରିଛନ୍ତି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ସଂଗଠନ ଗୁଡାରିର ଏହି ଦାବିକୁ ଗୁରୁତର ଭାବେ ନେବା ସହ ସଂଗଠନର ଏକ ଟିମ ଏ ଦିଗରେ କାର୍ଯ୍ୟ କରିବ ବୋଲି କହିଥିଲେ। ଏହି ଗୁରୁତ୍ୱପୂର୍ଣ ବୈଠକରେ ଗୁଡାରିର ଏକ ମୁଖ୍ୟ ଦାବିକୁ ଉପସ୍ଥାପନା କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।