ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ଶୋକାକୁଳ ପରିବେଶ
ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ ଜନ୍ଧ୍ରାମୁଣ୍ଡା ଗାଁରେ ଦେଖିବାକୁ ମିଳିଛି। ମୃତକ ହେଲେ ଡୋଲାମଣି ମାଝି(୨୭)। ସୂଚନା ଅନୁଯାୟୀ, ଡୋଲାମଣି ୧୦ ହଜାର ଟଙ୍କା ଅଗ୍ରିମ ନେଇ ଦାଦନ ସର୍ଦ୍ଦାରଙ୍କ ସହାୟତାରେ ତେଲେଙ୍ଗାନା ରାଜ୍ୟ କାରିମନଗରକୁ ଇଟାଭାଟି କାମ କରିବା ପାଇଁ ଜୁଲାଇ ୩ରେ ଯାଇଥିଲେ। ସେଠାରେ ଏକସପ୍ତାହ କାମ କରିବା ପରେ ହଠାତ୍ ଗତ ମଙ୍ଗଳବାର ଇଟାଭାଟି ମାଲିକ ଡୋଲାମଣିଙ୍କ ଶ୍ୱଶୁରଙ୍କୁ ଫୋନ କରି ଦେହ ଅସୁସ୍ଥ ହୋଇଥିବା କହିଥିଲେ। କିଛି ସମୟ ପରେ ଦାଦନ ସର୍ଦ୍ଦାର ଏକ କାରରେ ଆସି ଡୋଲାମଣିର ଦେହ ବହୁତ ଖରାପ ଅଛି କହି ମା’ ବାସୁମତୀ ଓ ଭାଇ ତରୁଣଙ୍କୁ କାରରେ ବସାଇ ତେଲେଙ୍ଗାନା ନେଇଥିଲେ। ସେଠାରେ ମା’ ପୁଅ ପହଞ୍ଚତ୍ ଡୋଲାମଣିଙ୍କ ମୃତ୍ୟୁ ହୋଇଥିବା ଦେଖିଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ବାହାରି ଗୁରୁବାର ସକାଳେ ଗାଁରେ ପହଞ୍ଚତ୍ଥିଲା। ଏହି ସମୟରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଡୋଲାମଣିଙ୍କ ସ୍ତ୍ରୀ ସଞ୍ଜୁକ୍ତା ଦାଦନ ସର୍ଦ୍ଦାର ତାଙ୍କ ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ କରି ତାଙ୍କୁ ଗିରଫ ଦାବି କରିଛନ୍ତି। ଏହାକୁ ନେଇ ପରିବାର ଓ ଗ୍ରାମବାସୀ ରାସ୍ତାରୋକୋ ଯୋଜନା କରୁଥିବା ବେଳେ କୋମନା ତହସିଲଦାର ସର୍ବେଶ୍ୱର ଜାଲ ଓ କୋମନା ପୋଲିସ ପହଞ୍ଚତ୍ ସେମାନଙ୍କ ସହ ଆଲୋଚନା କରିଥିଲେ। ଶୁକ୍ରବାର ଥାନାକୁ ଆସ କ୍ଷତିପୂରଣ ବାବଦରେ ଲେଖି କରି ଦେବା ପରେ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଅନ୍ତିମ ସତ୍କାର ପାଇଁ ସହାୟତା ଦେଇଥିଲେ। ପ୍ରତିଶ୍ରୁତି ପରେ ମୃତଦେହ ନେଇ ଗଁା ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା। ସ୍ତ୍ରୀ ସଞ୍ଜୁକ୍ତା ୭ ମାସ ଗର୍ଭବତୀ ରହିଥିବା ବେଳେ ୪ ଓ ୨ବର୍ଷର ଦୁଇ ଜଣ ଝିଅ ଅଛନ୍ତି ା ଡୋଲାମଣି ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।