ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଲୋୟର ପିଏମଜି, ଆହୋରତ୍ର ଧାରଣାରେ ହଜାର ହଜାର ଯୁବ-ଛାତ୍ର

Aug 01, 2026 - 13:36
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଲୋୟର ପିଏମଜି, ଆହୋରତ୍ର ଧାରଣାରେ ହଜାର ହଜାର ଯୁବ-ଛାତ୍ର

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଭୁବନେଶ୍ୱର ଲୋୟର ପିଏମଜି, ଆହୋରତ୍ର ଧାରଣାରେ ସାମିଲ ହେଲେ ହଜାର ଯୁବ ଛାତ୍ର । ଜୋର ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି । ତୃତୀୟ ଦିନରେ ପହଁଚିଲା ଭୁବନେଶ୍ୱର ଲୋୟାର ପିଏମଜିରେ ଚାଲିଥିବା ଯୁବ ଛାତ୍ର ସଂଘର୍ଷ ସମିତିର ଆହୋରତ୍ର ଧାରଣା । ଏ ନେଇ ଆଜିବି ଜୋରଦାର ଆନ୍ଦୋଳନକୁ ବ୍ୟାପକ କରିଛି ଯୁବ ଛାତ୍ର ସଂଘର୍ଷ ସମିତି । "ଯୁବ ଛାତ୍ର ହୁଙ୍କାର" ନାଁ ରେ ଏହି ଆହୋରତ୍ର ଧାରଣା ଦେଇଛି ସମିତି । 

ରାଜ୍ୟର ବିଭିନ୍ନ ଜିଲ୍ଲାର ଛାମୁଆ ଯୁବ ଛାତ୍ର ଓ 'ଜେନଜେଡ'ର କର୍ମକର୍ତାମାନେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ଆନ୍ଦୋଳନ ଚଳାଇଛନ୍ତି । ଆଜିର ଆନ୍ଦୋଳନରେ ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ବିଜେଡ଼ି ଯୁବ ନେତା ମନ୍ମଥ ରାଉତରାୟ, ବାଲିକୁଦା-ଏରସମାର ଯୁବ ନେତା ପାର୍ଥ ସାରଥୀ ରାଉତ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଅଭିଭାଷଣ ରଖିଥିଲେ । ସରକାର ତୁରନ୍ତ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ପୁସ୍ତକ ପ୍ରଦାନ, ଶିକ୍ଷା ବ୍ୟବସ୍ଥାର ଉତ୍ତର ଦାୟିତ୍ୱ, ନିଯୁକ୍ତି ଭିତ୍ତିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି । ଯେତେ ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଂଘର୍ଷ ସମିତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।