ଖାଦ୍ୟନଳୀରୁ ବାହାରିଲା ଦାନ୍ତକାଠି
ଖାଦ୍ୟନଳୀରୁ ବାହାରିଲା ଦାନ୍ତକାଠି
Toothpick in Man's Esophagus : ଖାଦ୍ୟନଳୀରୁ ବାହାରିଲା ଦାନ୍ତକାଠି
ବ୍ରହ୍ମପୁର : ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ବ୍ରହ୍ମପୁର MKCG ମେଡିକାଲର ENT ବିଭାଗରେ ଅସ୍ତ୍ରୋପଚାର କରି ୮୦ ବର୍ଷୀୟ ବୃଦ୍ଧଙ୍କ ଶରୀରରୁ ଦାନ୍ତକାଠି ବାହାର କରିଛନ୍ତି ଡାକ୍ତରୀ ଟିମ । ଦାନ୍ତ ସଫା କରିବା ବେଳେ ଅସାବଧାନତାରୁ ବ୍ୟକ୍ତି ଜଣକ ଦାନ୍ତକାଠିକୁ ଗିଳି ଦେଇଥିଲେ । ତେବେ ସେ ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ୭ ଦିନ ଧରି ଭୋକରେ ଥିଲେ । ଏହାପରେ ପରିବାର ଲୋକେ MKCG ମେଡିକାଲରେ ଭର୍ତ୍ତି କରିଥିଲେ । ଘଣ୍ଟାଏ ଧରି ଅସ୍ତ୍ରୋପଚାର ପରେ ଦାନ୍ତକାଠିକୁ ବାହାର କରିବାରେ ସଫଳ ହୋଇଥିଲେ ଡାକ୍ତରୀ ଟିମ୍ ।
ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସଂପୃକ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗାଁର କାମରାଜୁ ନାୟକ । ଗତ ବୁଧବାର ସକାଳେ ଦାନ୍ତ ସଫା ଘସିବା ବେଳେ ଏହି ଅଘଟଣ ଘଟିଥିଲା ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
