କ୍ଲାସରୁମରୁ ଡାକିଆଣି ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କଲେ ଅଣଛାତ୍ର
ଜୟପୁର: କ୍ଲାସରୁମରୁ ଛାତ୍ରଙ୍କୁ ଡାକି ଆଣି ହତ୍ୟା । ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ଅଣଛାତ୍ର । ଏଭଳି ଏକ ଅଘଟଣର ଖବର କୋରାପୁଟ ଜିଲ୍ଲା ବାରିଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲରୁ ସାମ୍ନାକୁ ଆସିଛି । ସ୍ଥାନୀୟ ମେଡିକାଲରେ ଛାତ୍ରଙ୍କ ମୃତେଦହ ପଡ଼ି ରହିଛି । କାନ୍ଦବୋହବାଳିରେ ମେଡିକାଲ ଫାଟି ପଡ଼ୁଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।
ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି କି, ଛାତ୍ର ଜଣକ ଖାଇବା ଛୁଟିରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଅଭିଯୁକ୍ତ ଜଣକ ପୂର୍ବବର୍ଷ ଏହି ସ୍କୁଲରୁ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିବା କାରଣରୁ ଏଭଳି ଅଘଟଣ ଘଟାଇଥିବା କୁହାଯାଉଛି । ତେବେ ମୃତ ଛାତ୍ରଙ୍କ ବାପା ଏକ ଦୋକାନରେ କାମ କରୁଥିଲେ । ଝିଅର ମୃତ୍ୟୁ ଖବର ପାଇବା ପରେ କାନ୍ଦକୋବାଳିରେ ଫାଟି ପଡ଼ିଛି ମେଡିକାଲ ପରିସର ।
ଏହାସହ ପଢ଼ନ୍ତୁ : ମାନପୁର ସେତୁରୁ କାଣୀ ନଦୀକୁ ଡେଇଁଲେ ବୃଦ୍ଧା, ଉଦ୍ଧାର ପରେ ମେଡିକାଲରେ ଚାଲିଛି ଚିକିତ୍ସା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।