କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

Jun 25, 2026 - 17:26
କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ହଠାତ୍ ଗୁରୁବାର ସକାଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କୋରାପୁଟ ସହିଦ ନାୟକ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ଚାଳିଶି ବର୍ଷ ହୋଇଥିଲା। ଦେହ ଅସୁସ୍ଥ ଥିବା ସତ୍ତ୍ବେ ମଧ୍ୟ ସେ ନିଜ କାର୍ଯ୍ୟାଳୟକୁ ଆସିବାକୁ କେବେ ଭୁଲୁ ନଥିଲେ। ନିଜ ପତ୍ନୀଙ୍କ ସହ ଅଟୋ ଯୋଗେ ଆସି ନିଜ କାର୍ଯ୍ୟ କରୁଥିଲେ । ଏହି ଦୁଃଖଦ ଖବର ଆସି ପହଞ୍ଚିବା ପରେ କୋରାପୁଟ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ସମସ୍ତେ ଶୋକ ପ୍ରକାଶ କରିଛନ୍ତି ।

ଶବ ବ୍ୟବଚ୍ଛେଦ ସରିଲା ପରେ ସ୍ୱର୍ଗତ ଶିଶାଙ୍କ ପାର୍ଥିବ ଶରୀରକୁ ନିଜ ପୈତୃକ ଗାଁ ନନ୍ଦପୁର ପାଟ କମାରା ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ତରଫରୁ ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ କୋରାପୁଟ ଜିଲାପାଳଙ୍କ ସମେତ କୋରାପୁଟ ପ୍ରେସ କ୍ଲବ, ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି ।

 

Dharitri – Odisha’s No.1 Odia Daily