କିଡ୍ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ
ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍ଏଫ୍ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ ପୂର୍ବରୁ ଅଗ୍ରୀମ ନେଇଥିଲାବେଳେ ୪ ଜିପିଏଲ୍ଏଫ୍ଙ୍କୁ ଏପର୍ଯ୍ୟନ୍ତ ମେଶିନ୍ ମିଳିନି। ଧରିତ୍ରୀରେ ଏ ସମ୍ପର୍କରେ ଲଗାତର ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଗୁରୁବାରଠାରୁ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କମିଟିର ମୁଖ୍ୟ ତଥା ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ମହିଳାମାନଙ୍କୁ ଠକିଥିବା ରାୟଗଡ଼ାର ଡ୍ରିମ୍ସ ଆଗ୍ରୋ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିପିଏଲ୍ଏଫ୍ଗୁଡିକ ପକ୍ଷରୁ ସରକାର ଓ ଜିଲା ପ୍ରଶାସନ ନିକଟରେ ଦାବି ହୋଇଛି।
ମହିଳାମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଜିପିଏଲ୍ଏଫ୍ଗୁଡିକୁ ୧୦ଲକ୍ଷ ଟଙ୍କା ଲେଖାଏ ଜୀବିକା ନିଧି ପ୍ରଦାନ କରିଥିଲେ। ଏହି ଅର୍ଥକୁ ବିନିଯୋଗ କରି ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ଅର୍ଥ ରାଶି ଯୋଗାଇ ଦେଇଥିଲେ। ତେବେ ପ୍ରୋସେସିଂ ମେଶିନ ଯୋଗାଇ ଦେବା ନାମରେ ଜିପିଏଲ୍ଏଫ୍ଠାରୁ ଲକ୍ଷାଧିକ ଟଙ୍କା ଠକି ନିଆଯାଇଥିଲା। ଉପରିସ୍ଥ ଅଧିକାରୀମାନେ ଏସବୁ ଜାଣି ଦୀର୍ଘ ମାସ ଚୁପ୍ ରହିଥିଲେ। ଖବର ପ୍ରକାଶ ପାଇବା ପରେ ତାହା ଲୋକଲୋଚନକୁ ଆସିଥିଲା। ପରେ ତରବରିଆ ଭାବେ ୬ ଜିପିଏଲ୍ଏଫ୍କୁ ମେଶିନ ଯୋଗାଇ ଦିଆଯାଇଛି। କିନ୍ତୁ ମହିଳାମାନଙ୍କୁ ନିୟମ ଅନୁଯାୟୀ ପ୍ରଶିକ୍ଷଣ ଦିଆଯାଇନି। ସେଗୁଡ଼ିକ ପଡ଼ି ରହି ଖତ ଖାଉଛି। ଏଜେନ୍ସି ଚେକ୍ ଜରିଆରେ ନିଜର ପ୍ରାପ୍ୟ ଅଗ୍ରୀମ ନେବାର ଇତିମଧ୍ୟରେ ବର୍ଷେ ବିତି ଗଲାଣି। ମାତ୍ର ତରଭା ବ୍ଲକର ବଘିଆ, ବିନିକା ବ୍ଲକର ବାଙ୍କିଘିର୍ଡି, ଡୁଙ୍ଗୁରିପାଲି ବ୍ଲକର ଶୁଖା ଓ କପାସିରା ଭଳି ଜିପିଏଲ୍ଏଫ୍କୁ ପ୍ରୋସେସିଂ ମେଶିନ ମିଳିନି। ସମସ୍ତ କଥାକୁ ଦୀର୍ଘ ମାସ ଧରି ଲୁଚାଇ ରଖାଯାଇଥିଲା। ଜିପିଏଲ୍ଏଫ୍ ସଦସ୍ୟାମାନଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ନ ଦେଇ କେତେଜଣ ଅଧିକାରୀ ଏହାର ଫାଇଦା ନେଇଥିଲେ। ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ନ କରି, ଡିଷ୍ଟ୍ରିକ୍ଟ ଏନ୍ଆଇସି ଓ୍ବେବ୍ସାଇଟ୍ରେ କୌଣସି ସୂଚନା ନ ଦେଇ ଡ୍ରିମ୍ସ ଆଗ୍ରୋ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍ ଲିମିଟେଡ୍କୁ ୨ଟି କିସ୍ତିରେ ୧୦ଲକ୍ଷ ଲେଖାଏ ମୋଟ ୧ କୋଟି ପ୍ରଦାନ କରାଯାଇଥିଲା। ଏଥିପାଇଁ ଜିପିଏଲ୍ଏଫ୍ଗୁଡ଼ିକ ଉପରେ ଚାପ ପଡ଼ିଥିଲା। ଏପରିକି ମେଶିନ ଡେଲିଭରି ପୂର୍ବରୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିଲା। ସରକାରଙ୍କ ଟେଣ୍ଡର ପ୍ରକ୍ରିୟାକୁ ବିଭାଗ ପକ୍ଷରୁ ପାଳନ କରାଯାଇ ନ ଥିଲା। ତେଣୁ ଜିଲାର କେତୋଟି ଜିପିଏଲ୍ଏଫ୍କୁ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଛି, କେତୋଟି ଜିପିଏଲ୍ଏଫ୍ ପ୍ରୋସେସିଂ ମେଶିନ କ୍ରୟ ପାଇଁ ଏଜେନ୍ସିକୁ ଟଙ୍କା ଦେଇଛନ୍ତି, ଏଜେନ୍ସି କେଉଁ ଜିପିଏଲ୍ଏଫ୍କୁ ମେଶିନ ଦେଇଛି, କେଉଁ ଜିପିଏଲ୍ଏଫ୍ ସମ୍ପୂର୍ଣ୍ଣ ଅର୍ଥ ଦେଇଥିଲେ ମଧ୍ୟ ଏପଯର୍ୟନ୍ତ ମେଶିନ ପାଇନାହିଁ, ଟେଣ୍ଡର ପ୍ରକ୍ରିୟା ଠିକ୍ ଭାବେ ହୋଇଥିଲା କି ନାହିଁ ଓ ପ୍ରଦାନ କରାଯାଇଥିବା ମେଶିନର ଇନଭୋଏସ ଓ ମାନ ଠିକ୍ ଅଛି କି ନାହିଁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାକୁ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦ୍ବାକୁ ଦାବି କରିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।