କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ
ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ। CJP ଅଭିଯୋଗ କରିଛି ଯେ ପ୍ରଦର୍ଶନ ସ୍ଥଳ ନିକଟରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ଏବଂ ପ୍ରଶ୍ନ କରିଛି ଯେ ସରକାର ଆନ୍ଦୋଳନ ବିରୁଦ୍ଧରେ ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛନ୍ତି କି?
ଅନ୍ୟପକ୍ଷରେ, ପରିବେଶବିତ୍ ସୋନମ ୱାଙ୍ଗଚୁକ ମଧ୍ୟ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୁଦ୍ଧରେ ବଳ ପ୍ରୟୋଗ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ସରକାରଙ୍କଠାରୁ ପ୍ରତିଶ୍ରୁତି ମାଗିଛନ୍ତି। ସେ କହିଛନ୍ତି ଯେ ପ୍ରତିଶ୍ରୁତି ମିଳିଲେ ସେ ତାଙ୍କର ଆମରଣ ଅନଶନ ପ୍ରତ୍ୟାହାର କରିନେବେ। କକ୍ରୋଚ ଜନତା ପାର୍ଟି (CJP) ବୁଧବାର ଅଭିଯୋଗ କରିଛି ଯେ ଜନ୍ତର-ମନ୍ତର ନିକଟରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଦଳ ପ୍ରଶ୍ନ କରିଛି ଯେ ସରକାର ଆନ୍ଦୋଳନ ଉପରେ ପୁଣି ଥରେ ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛନ୍ତି କି? CJP ର ସଂସ୍ଥାପକ ଅଭିଜୀତ ଦୀପକେ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଏକ୍ସ’ରେ ଲେଖିଛନ୍ତି, “ଜନ୍ତର-ମନ୍ତରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ସରକାର କ’ଣ ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।