ଓସିଏସ୍ ପରୀକ୍ଷା: ୬୬ତମ ର଼୍ୟାଙ୍କରେ ରଶ୍ମିରଞ୍ଜନ
ମହାକାଳପଡ଼ା,୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ମଳାଢ଼ି ଗ୍ରାମର ତପନ ସ୍ବାଇଁ ଓ ନିର୍ମଳା ସ୍ବାଇଁଙ୍କ ବଡ଼ ପୁଅ ରଶ୍ମିରଞ୍ଜନ ସ୍ବାଇଁ ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୬୬ତମ ର଼୍ୟାଙ୍କ ଅଧିକାର କରିଛନ୍ତି।
ରଶ୍ମିରଞ୍ଜନ ଗାଁ ପାଖ ନନ୍ତାର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟରୁ ୨୦୧୫ରେ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ମାର୍ଶାଘାଇ କଲେଜରେ ଯୁକ୍ତ ୨ ବିଜ୍ଞାନ ଓ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ। ପରେ ଭୁବନେଶ୍ୱରରେ ରହି ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ। ତୃତୀୟ ପ୍ରୟାସରେ ସେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ପଛରେ ବିଦ୍ୟାଳୟ ଶିକ୍ଷକ ଓ ମା’ ବାପା ପରିବାର ଓ ଗୁରୁଜନମାନଙ୍କ ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି। ରଶ୍ମିରଞ୍ଜନଙ୍କ ବାପା ତପନ ଚାଷ କରିବା ସହ ନିକଟସ୍ଥ ତହସିଲ ଓ ରେଜେଷ୍ଟି ଅଫିସରେ ମୋହରୀ କାର୍ଯ୍ୟ କରନ୍ତି।
The post ଓସିଏସ୍ ପରୀକ୍ଷା: ୬୬ତମ ର଼୍ୟାଙ୍କରେ ରଶ୍ମିରଞ୍ଜନ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।