ଏମିତି ବି ଆସେ ମୃତ୍ୟୁ : ବସୁବସୁ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ବଲାଙ୍ଗୀର,୨।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ବ୍ରିଜ ନିକଟରେ ରାସ୍ତା କଡ଼ରେ ବସିଥିବା ଚାରି ଯୁବକଙ୍କ ଉପରେ ଏକ କାର ଚଢ଼ିଯାଇଥିବାରୁ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ଚାରିଜଣ ସାଙ୍ଗ ବେଲଗାଁ-ଟିଟିଲାଗଡ ରାସ୍ତାରେ ଥିବା ବ୍ରିଜ ନିକଟରେ ବସିଥିବା ବେଳେ ହଠାତ୍ ଏକ ଦ୍ରୁତଗତି କାର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଦୁଇଜଣ ଯୁବକ ଘଟଣାସ୍ଥଳରେ ମତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ସୁରକ୍ଷିତ ଥିଲେ।
ଦୁର୍ଘଟଣାପରେ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ଟିଟିଲାଗଡ ଓ ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି।
ଏହି ଘଟଣାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଓ ପଳାତକ କାର ଓ ଚାଳକଙ୍କୁ ଧରିବା ପାଇଁ ତଲାଶି ଚାଲିଥିବା ଜଣାପଡ଼ିଛି।
୨୬ନ ଜାତୀୟ ରାଜପଥ ବଲାଙ୍ଗୀରବୋରିଗୁମ୍ମା ରାସ୍ତାକୁ ଦୁଇ ମୃତ ଯୁବକଙ୍କ ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମୃତ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଦାବିକରି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ପହଞ୍ଚି ବୁଝା ଶୁଝା କରୁଥିବା ଜଣାପଡିଛି ।
Dharitri – Odisha’s No.1 Odia Daily
The post ଏମିତି ବି ଆସେ ମୃତ୍ୟୁ : ବସୁବସୁ ଚାଲିଗଲା ୨ ସାଙ୍ଗଙ୍କ ଜୀବନ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।