Welcome!

Unlock your personalized experience.
Sign Up

ଏଟିଏମ୍ କାର୍ଡ ବଦଳାଇ ଲୁଟ୍ ଗ୍ୟାଙ୍ଗର ପର୍ଦ୍ଦାଫାସ : ୪ ଗିରଫ , ୨୩୨ ଏଟିଏମ କାର୍ଡ ଜବତ

Jul 11, 2026 - 23:16
ଏଟିଏମ୍ କାର୍ଡ ବଦଳାଇ ଲୁଟ୍ ଗ୍ୟାଙ୍ଗର ପର୍ଦ୍ଦାଫାସ : ୪ ଗିରଫ , ୨୩୨ ଏଟିଏମ କାର୍ଡ ଜବତ

କେନ୍ଦୁଝର, ୧୧।୭ : ଗୋଟେ କି ଦୁଇଟି ନୁହେଁ ୨୩୨ଟି ଡେବିଟ ଓ କ୍ରେଡିଟ କାର୍ଡ ରଖିଥିଲେ।ଏହି କାର୍ଡ ଗୁଡିକ ସାହାଯ୍ୟରେ ବୟସ୍କ ବୃଦ୍ଧ, ବୃଦ୍ଧା ଏଵଂ  ସରଳ ଲୋକଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଅନ୍ୟ ଏଟିଏମ୍ ରୁ ଟଙ୍କା ଲୁଟ୍ ହେଉଥିଲା । ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କେନ୍ଦୁଝର ଟାଉନ ପୋଲିସ । ଏଟିଏମ କାର୍ଡ ବଦଳାଇ ଲୁଟ୍ କରୁଥିବା ଗ୍ୟାଙ୍ଗର ୪ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ କଟକ ନେମାଳର ବଳରାମ ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପାଣି ଓ କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ।

ବୟସ୍କ ବୃଦ୍ଧ ଓ ବୃଦ୍ଧା ଏଵଂ ନୀରିହ ସରଳ ଲୋକଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଅନ୍ୟ ଏଟିଏମ୍ରୁ ଟଙ୍କା ଲୁଟ୍ ହେଉଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥଲା। ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ କଟକ ଜିଲ୍ଲା ନେମାଳର ବଳରାମ ସାହୁ ଏହି ଏଟିଏମ୍ ଲୁଟ୍ ଗ୍ୟାଙ୍ଗର ମୁଖ୍ୟ ଓ ଚାରି ଜଣ ମିଶି ଏହି ଗ୍ୟାଙ୍ଗକୁ ଚଳାଉଛନ୍ତି। ପୋଲିସ ଏହି ଗ୍ୟାଙ୍ଗର ସମସ୍ତ ଚାରି ଜଣକୁ ଗିରଫ କରିଛି। ଏମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଠକେଇ କରିଛନ୍ତି। ଏମାନଙ୍କ ନାଁ ରେ ରାଜ୍ୟ ର ବିଭିନ୍ନ ଥାନାରେ ଶହେ ରୁ ଉର୍ଦ୍ଧ୍ବ ମାମଲା ରହିଛି। ଗିରଫ ସମୟରେ ଏମାନଙ୍କ ନିକଟରୁ ୨୩୨ ଟି ଏଟିଏମ୍ କାର୍ଡ, ୯ ଟି ମୋବାଇଲ, ୧୨ହଜାର ଟଙ୍କା ଓ ଏକ କାର ଟାଉନ ପୋଲିସ ଜବତ୍ କରିଥିବା ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ୍, ବହୁ ଯାତ୍ରୀ ଆହତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।