ଏଇ ଭାରତରେ

Aug 02, 2026 - 09:07
ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ସେ ସଚେତନତା ଅଭିଯାନ ଜାରି ରଖିଛନ୍ତି। ସୂର୍ଯ୍ୟ ଏହି ଅଭିଯାନର ନାମ ରଖିଛନ୍ତି ‘ଦି ମାର୍ଗ’। ବେଙ୍ଗାଲୁରୁରେ ମାର୍ଚ୍ଚ ୨୦୨୪ରୁ ଏହାକୁ ଆରମ୍ଭ କରିଥିଲେ। ସୂର୍ଯ୍ୟଙ୍କୁ ବୟସ ଏବେ ୧୪। ସେ ବେଙ୍ଗାଲୁରୁ ରାଜାଜିନଗରସ୍ଥିତ ନ୍ୟାଶନାଲ ପବ୍ଲିକ ସ୍କୁଲରେ ପଢ଼ିବା ସହ ସଚେତନତା ଅଭିଯାନ ଜାରି ରଖିଛନ୍ତି। ଏବେସୁଦ୍ଧା ସେ ଭାରତରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇ ସାରିଲେଣି। ଏଥିମଧ୍ୟରୁ ୨୫ ହଜାର ଲୋକଙ୍କୁ ଡିଜିଟାଲ କ୍ୟାମ୍ପେନ ଏବଂ ୧୫ ହଜାର ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସଚେତନ କରାଇଛନ୍ତି। ‘ଦି ମାର୍ଗ’ ଅଭିଯାନରେ ଥିବା ମାର୍ଗ ଅର୍ଥ ପଥ, ଯାହା ଲୋକଙ୍କୁ ମାର୍ଗଦର୍ଶନ କରିବାର ପଥକୁ ସୂଚିତ କରେ। ସୂର୍ଯ୍ୟ ସ୍କୁଲରେ କର୍ମଶାଳା ଆୟୋଜନ କରି ପିଲାଙ୍କୁ ସଡ଼କ ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି। ରୋଡିଜ୍‌ ନାମକ ଏକ ଶିକ୍ଷାଭିତ୍ତିକ ମୋବାଇଲ ଗେମ୍‌ ପ୍ରସ୍ତୁତ କରି ଖେଳ ମାଧ୍ୟମରେ ପିଲାଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଶିକ୍ଷା ଦେଉଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।