ଇରାନ ରିଭଲ୍ୟୁଶନାରି ଗାର୍ଡ ଉପରେ ଆମେରିକାର ବଡ଼ ଆକ୍ରମଣ
ଦୁବାଇ,୧୯ା୭: ଜୋର୍ଡାନରେ ଇରାନର ମିଶାଇଲ ଆକ୍ରମଣରେ ୨ ଜଣ ଆମେରିକୀୟ ସୈନ୍ୟ ନିହତ ହେବା ପରେ ଏହାର ଜବାବରେ ଓ୍ବାଶିଂଟନ ରବିବାର ଇରାନ ଅର୍ଦ୍ଧସାମରିକ ବାହିନୀ ରିଭଲ୍ୟୁଶନାରି ଗାର୍ଡ ଉପରେ ଜୋର୍ଦାର ଆକ୍ରମଣ କରିଛି।
ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନିୟନ୍ତ୍ରଣକୁ ନେଇ ସପ୍ତାହେରୁ ଊର୍ଦ୍ଧ୍ୱ ହେଲା ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ଇରାନର ବ୍ରିଜ୍, ବିଦ୍ୟୁତ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ଉପରେ ଆକ୍ରମଣ କରୁଥିବାବେଳେ ତେହରାନ୍ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ଆକ୍ରମଣ ଚଳାଇଛି।
କୁଏଟ୍ର ପାଓ୍ବାର ପ୍ଲାଣ୍ଟ ଏବଂ ଲବଣ ଜଳକୁ ମଧୁର ଜଳରେ ପରିଣତ କରୁଥିବା ଡିସାଲାଇନେଶନ ପ୍ଲାଣ୍ଟ ଉପରେ ତେହରାନ୍ ଆକ୍ରମଣ କରିଥିବାରୁ ଏହା ସେଠାର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଏଥିସହିତ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ), ବାହାରିନ୍, ଜୋର୍ଡାନ ଉପରେ ଇରାନ ଆକ୍ରମଣ ଚଳାଇଛି। ଫଳରେ ଯୁଦ୍ଧ ବନ୍ଦ ଲାଗି ଗତ ମାସରେ ସ୍ବାକ୍ଷର ହୋଇଥିବା ଅନ୍ତରୀଣ ଚୁକ୍ତିନାମା ଅକାମୀ ହୋଇଯାଇଛି ଏବଂ ପୁଣିଥରେ ସମ୍ପୂର୍ଣ୍ଣ ଯୁଦ୍ଧ ହେବା ସମ୍ଭାବନା ସୃଷ୍ଟି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।