ଆସନ୍ତା ବର୍ଷରୁ ଭୁଲ ହେବ ନାହିଁ - SCERT

Jun 18, 2026 - 15:05
ଆସନ୍ତା ବର୍ଷରୁ ଭୁଲ ହେବ ନାହିଁ - SCERT

 ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବହି ଛପା ହେବ ନାହିଁ । ଏହା ପରିବର୍ତ୍ତେ ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ସଂଶୋଧନ ପୁସ୍ତିକା ସ୍କୁଲଗୁଡ଼ିକୁ ପଠାଯାଇଛି । ଏହି ସଂଶୋଧନ ପୁସ୍ତିକା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକର ଭୁଲଗୁଡ଼ିକୁ ଚିହ୍ନଟ କରି ସଠିକ୍ ତଥ୍ୟ ସହିତ ପଢ଼ିବେ । ଏହି ବ୍ୟବସ୍ଥା ଦ୍ୱାରା ନୂଆ ବହି ଛପାରେ ସମୟ ଓ ଖର୍ଚ୍ଚ କୁ କମାଯାଇପାରିବ । ଏନେଇ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଛୋଟ ପିଲାମାନଙ୍କର ବହିରେ ଶିକ୍ଷକ ମାନଙ୍କୁ  ତ୍ରୁଟି ସଂଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି । ବଡ଼ କ୍ଲାସର ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ନିଜେ ଭୁଲ ସୁଧାରି ପାଠ ପଢ଼ିପାରିବେ । ଏହା ତାଙ୍କର ବୁଦ୍ଧିଗତ ବିକାଶରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ଏନେଇ DEO ମାନଙ୍କୁ ଚିଠି ଦିଆ ନଯାଇଛି । ଆସନ୍ତା ବର୍ଷକୁ ଆଉ ଏପରି ଭୁଲ ହେବ ନାହିଁ ।