ଆରମ୍ଭ ହେଲା ‘ଆମ ଶାସନ’... ଫୋନ କଲେ ମୁଖ୍ୟମନ୍ତ୍ରୀ, ପଚାରିଲେ ପାଉଛ ତ ସରକାରୀ ସୁବିଧା ?

ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ନେବେ ଫିଡବ୍ୟାକ୍ । ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନିଆଯିବ । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବ

27 August 2025 05:33 AM IST
ଆରମ୍ଭ ହେଲା ‘ଆମ ଶାସନ’... ଫୋନ କଲେ ମୁଖ୍ୟମନ୍ତ୍ରୀ, ପଚାରିଲେ ପାଉଛ ତ ସରକାରୀ ସୁବିଧା ?

ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ନେବେ ଫିଡବ୍ୟାକ୍ । ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନିଆଯିବ । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ ।

ରାଜ୍ୟରେ ଆରମ୍ଭ ହେଲା `ଆମ ଶାସନ'। ଜନସେବାର ଏହି ନୂତନ ପଦକ୍ଷେପକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ଶାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସାଧାରଣ ଲୋକଙ୍କୁ ଫୋନ୍ କରି ବିଭିନ୍ନ ଯୋଜନା ବାବଦରେ ମତାମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗକୁ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମଧ୍ୟ ଲୋକଙ୍କ ସହ ସିଧାସଳଖ ଫୋନ୍ କରି ଆଲୋଚନା କରିବେ ।

ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ନେବେ ଫିଡବ୍ୟାକ୍ । ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନିଆଯିବ । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ । ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ମତାମତ ଦେଇପାରିବେ ସାଧାରଣ ଜନତା ।

ପୂର୍ବରୁ ନାରୀ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁବିଧାକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ନାରୀ ସୁରକ୍ଷା କ୍ଷେତ୍ରରେ ସବୁବେଳେ ଆକ୍ସନ ମୋଡରେ ପୋଲିସ ରହୁ ବୋଲି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରିବାକୁ କହିଥିଲେ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହୁ ଏବଂ ଉଚ୍ଚ ପୋଲିସ ଅଧିକାରୀମାନେ ଏହାର ନିୟମିତ ମନିଟରିଙ୍ଗ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

Disclaimer: This content has been automatically aggregated from television for informational purposes. To read the original article, please visit television.