25 JULY 2026

Welcome!

Unlock your personalized experience.
Sign Up

ଆମେରିକାରେ ଚାକିରୀ ସ୍ୱପ୍ନକୁ ଝଟକା ! ସିନେଟରେ ଆଗତ ହେଲା H-1B ସମ୍ପର୍କିତ ବିଲ୍, ରହିଛି ୩ ବର୍ଷ କଟକଣାର ନିୟମ

Jul 25, 2026 - 20:12
ଆମେରିକାରେ ଚାକିରୀ ସ୍ୱପ୍ନକୁ ଝଟକା ! ସିନେଟରେ ଆଗତ ହେଲା H-1B ସମ୍ପର୍କିତ ବିଲ୍, ରହିଛି ୩ ବର୍ଷ କଟକଣାର ନିୟମ

ନୂଆଦିଲ୍ଲୀ,୨୫।୭: ଆମେରିକା ଯାଇକି ସେଠାରେ ଚାକିରୀ କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କୁ ଲାଗିଲା ବଡ଼ ଝଟକା। ଆମେରିକାର ଜଣେ ସିନେଟର ଏବେ ସିନେଟରେ H-1B ଭିସା ସମ୍ପର୍କୀତ ଏକ ନୂଆ ବିଲ୍ ଆଗତ କରିଛନ୍ତି। ଏହି ବିଲ୍‌ର ଉଦେଶ୍ୟ ୩ ବର୍ଷ ପାଇଁ H-1B ଭିସା ଜାରି କରିବା ଉପରେ ରୋକ ଲଗାଇବା । ଏହାସହ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ୧ ଲକ୍ଷ ଡଲାର ଫି’କୁ ଆଇନଗତ ରୂପ ଦେବା। ତେବେ ଏହି ଫି’କୁ ଫେଡେରାଲ କୋର୍ଟ ପୂର୍ବରୁ ରଦ୍ଦ କରି ସାରିଛନ୍ତି। ମୋଣ୍ଟାନାରୁ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ସେନେଟର ଟିମ୍ ଶୀହି କହିଛନ୍ତି, ଆମେରିକାକୁ ଏଭଳି ଭିସା​‌ ଜାରି କରିବା ଠାରୁ ରୋକିବା ଦରକାର। ଯାହା ଦ୍ବାରା ଆମେରିକା କର୍ମଚାରୀଙ୍କ ଅଧିକାର ଦୁର୍ବଳ ହେଉଛି।

ଉଲ୍ଲେଖନୀୟ ଯେ, H-1B ଭିସା ଏକ ନନ୍-ଇମିଗ୍ରେଟ୍ ଭିସା, ଯାହାକି ଆମେରିକାର କମ୍ପାନୀଙ୍କୁ ସ୍ବତନ୍ତ୍ର ପ୍ରକାରର କାମ ପାଇଁ କୁଶଳୀ ବିଦେଶୀ କର୍ମଚାରୀଙ୍କୁ ଚାକିରୀରେ ରଖିବାର ଅନୁମତି ଦେଇଥାଏ। ଏହି କାମ ପାଇଁ କମର୍ଚାରୀଙ୍କୁ ଥିଓରୋଟିକାଲ୍ କିମ୍ବା ଟେକ୍ନିକାଲ ଏକ୍ସପର୍ଟ ହେବା ଦରକାର। ଆମେରିକା ଟେକ୍ନୋଲୋଜି କମ୍ପାନୀ ପ୍ରତି ବର୍ଷ ଭାରତ-ଚୀନ୍ ଭଳି ଦେଶଠାରୁ ହଜାର ହଜାର କର୍ମଚାରୀଙ୍କୁ ଚାକିରୀରେ ରଖିବା ପାଇଁ ଏଭଳି H-1B ଭିସା ଉପରେ ନିର୍ଭର କରିଥାଏ।

ସିନେଟର ଟିମ୍ ଶିହୀ କହିଛନ୍ତି, ମୋ ପକ୍ଷରୁ ଆଗତ କରାଯାଇଥିବା ବିଲ୍ End H-1B Abuse Act ଏହି ପୋଗ୍ରାମକୁ ତା’ର ଅସଲ ଉଦେଶ୍ୟରେ ଫେରାଇ ଆଣିବ ଓ ଆମେରିକା କର୍ମଚାରୀଙ୍କୁ ପ୍ରାଥମିକତା ଦେବ। ଏହି ଆଇ ସେହି ଅଭାବକୁ ଦୂର କରିବ, ଯାହାଦ୍ବାରା ଭୁଲ ପ୍ରୟୋଗକୁ ପ୍ରୋତ୍ସାହନ ମିଳିଥାଏ। ବିଲ୍ ସିକ୍ୟୁରିଟିର କଡା ନିୟମ ତିଆରି କରିଥାଏ। ଆମର ନ୍ୟାସନାଲ ସିକ୍ୟୁରିଟି ସମ୍ପର୍କିତ ହିତକୁ ପ୍ରାଧାନ୍ୟ ଦେଇଥାଏ। H-1B ବିଲ୍ ରେ ଅନିୟମିତ ଲଟେରୀକୁ ବଦଳାଇ ଏକ ସ୍ଥାୟୀ ଦରମା-ଭିତ୍ତିକ ଚୟନ ବ୍ୟବସ୍ଥାର ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହା ସହିତ, ଏହା ଏକାଧିକ ଚାକିରି ଏବଂ ଥାର୍ଡ ପାର୍ଟି ଷ୍ଟାଫିଙ୍ଗ -ଏଜେନ୍ସି ମଡେଲକୁ ମଧ୍ୟ ରୋକ ଲଗାଇଥାଏ।

ଆହୁରି ପଢନ୍ତୁ : Wildfires: ଫ୍ରାନ୍ସ ଏବଂ ସ୍ପେନ୍‌​ରେ ଭୟଙ୍କର ରୂପ ନେଲା ବନାଗ୍ନି,୨ ଲକ୍ଷରୁ ଅଧିକ ଲୋକଙ୍କୁ ଛାଡିବାକୁ ପଡିଲା ଘର

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।