ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

Aug 04, 2026 - 20:09
ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ ହୋଟେଲରୁ ଖସି ପଳାଇଛନ୍ତି। ଏହି ଘଟଣା ଯୋଗୁ ପାକିସ୍ତାନ ବକ୍ସିଂ ଫେଡେରେଶନ (ପିବିଏଫ୍‌) ପୁଣିଥରେ ଚର୍ଚ୍ଚାକୁ ଆସିଛି। ନିକଟ ଅତୀତରେ ମଧ୍ୟ ବିଦେଶରେ ଅନୁଷ୍ଠିତ ପାଖାପାଖି ପ୍ରତ୍ୟେକ ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟରେ ପାକିସ୍ତାନୀ ବକ୍ସର ଖସି ପଳାଇଥିବାର ଦୃଷ୍ଟାନ୍ତ ରହିଛି।

ଅଲିମ୍ପିକ୍‌ ଆସୋସିଏଶନ(ପିଓଏ) ପକ୍ଷରୁ କୁହାଯାଇଛି, କୁଦ୍ରାତୁଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଦଳୀୟ ହୋଟେଲରୁ ଉଭାନ୍‌ ହୋଇଯାଇଥିଲେ। ସବୁଠୁ କୌତୂହଳର ବିଷୟ ହେଲା, ଟିମ୍‌ ମ୍ୟାନେଜରଙ୍କ ପାଖରେ ପାସ୍‌ପୋର୍ଟ ଥିବା ସତ୍ତ୍ୱେ କୁଦ୍ରାତୁଲା ଖସି ପଳାଇଛନ୍ତି। ଏପରିକି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବେଳେ ଦୁଇ ପାକିସ୍ତାନୀ ବକ୍ସର ସୁଲେମାନ ବାଲୋଚ ଓ ନାଜିରୁଲା ଖାନ୍‌ ପାସ୍‌ପୋର୍ଟ ଛାଡ଼ି ବର୍ମିଂହାମ୍‌ରୁ ଉଭାନ୍‌ ହୋଇଯାଇଥିଲେ।

ସେହିଭଳି ୨୦୨୪ରେ ଇଟାଲୀରେ ଅନୁଷ୍ଠିତ ଓ୍ବାଲର୍‌ଡ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଏସିଆନ ଗୋଲ୍ଡ ମେଡାଲିଷ୍ଟ ବକ୍ସର ଜୋହେବ ରଶିଦ୍‌ ନିଜ ରୁମ୍‌ମେଟ୍‌ଙ୍କ ବିଦେଶୀ ମୁଦ୍ରା ନେଇ ବୁସ୍ତୋ ଆର୍ସିଜିଓ ସହରରୁ ଉଭାନ୍‌ ହୋଇଯାଇଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।