ଅଞ୍ଚଳବାସୀଙ୍କ ବହୁଦିନ ପ୍ରତୀକ୍ଷା ହେବ ପୂରଣ: ଚଳିତ ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ହେବ ପାଠପଢା
ପଦ୍ମପୁର, ୨।୬ (ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳବାସୀଙ୍କ ବହୁଦିନ ପ୍ରତୀକ୍ଷା ଓ ଦାବି ପୂରଣ ହେବାକୁ ଯାଉଛି । ଚଳିତ ଶିକ୍ଷାବର୍ଷରୁ ହିଁ ପଦ୍ମପୁର ଠାରେ ପ୍ରସ୍ଥାବିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ପ୍ରଥମ ବର୍ଷରେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେରେ ବରଗଡ଼ ଜିଲାପାଳ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ନବନିଯୁକ୍ତ ଡେପୁଟି କମିଶନର ସର୍ଦ୍ଦାର ସିଂ ଚୌହାନଙ୍କ ନେତୃତ୍ୱରେ ନୂଆଦିଲ୍ଲୀରୁ ଆସିଥିବା ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ପଦ୍ମପୁର ଗସ୍ତ କରି ନବନିର୍ମିିତ ଅସ୍ଥାୟୀ କ୍ୟାମ୍ପସର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଦ୍ମପୁର ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦ୍ୱାରା ପଦ୍ମପୁର ଅନ୍ତର୍ଗତ କନସିଂଘା ଓ ଗୌଡପାଲି ମୌଜା ଠାରେ ୮ଏକର ସରକାରୀ ଜମି ଯୋଗାଇଦିଆଯାଇଛି ।ଏହି ସ୍ଥାୟୀ ଜମି ବର୍ତ୍ତମାନ ଚୂଡାନ୍ତ ଅନୁମୋଦନ ପର୍ଯାୟରେ ରହିଛି । ଆସନ୍ତା ଦୁଇ ବର୍ଷ ଭିତରେ ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସଂପନ୍ନ ଏକ ସ୍ମାଟ ବିଲ୍ଡିଂ ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି ।ଅସ୍ଥାୟୀ କ୍ୟାମ୍ପସର କାମ ଶୀଘ୍ର ଶେଷ କରିବା ପାଇଁ ଦିନ ରାତି କାମ ଚାଲିଛି ।ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ଏକ ମାଇଲଖୁଣ୍ଟ ହେବ ବୋଲି ସାଧାରଣରେରେ ଆଲୋଚନା ହେଉଛି ।
Odisha’s No.1 Odia Daily
The post ଅଞ୍ଚଳବାସୀଙ୍କ ବହୁଦିନ ପ୍ରତୀକ୍ଷା ହେବ ପୂରଣ: ଚଳିତ ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ହେବ ପାଠପଢା appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।