ଅକଳରେ ବିଜେଡିର ପୂର୍ବତନ ସାଂସଦ, ପିନାକୀଙ୍କ ନାଁରେ ସାଂଘାତିକ ଅଭିଯୋଗ

ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି ।

27 August 2025 01:00 PM IST
ଅକଳରେ ବିଜେଡିର ପୂର୍ବତନ ସାଂସଦ, ପିନାକୀଙ୍କ ନାଁରେ ସାଂଘାତିକ ଅଭିଯୋଗ

ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି ।

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଆର୍ଥିକ ହେରଫେର, ମନି ଲଣ୍ଡରିଂ, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଂଗୀନ ଅଭିଯୋଗ ଆସିଛି ପିନାକୀଙ୍କ ବିରୋଧରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏହା ସହ ସଂଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି । ଏମିତି କି ଦେଶରେ କେତୋଟି ନ୍ୟୁକ୍ଲିୟର ବୁଡ଼ା ଜାହାଜ ଆକ୍ଟିଭ ଅଛି, INS ଅରିହନ୍ତ ଓ INS ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ରହିଛି ।

ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର ହୋଇଥିବା ସୂଚନା ମିଳିଛି । ଗୋଟିଏ ଅଭିଯୋଗରେ ଆର୍ଥିକ ହେରଫେର ଓ ସଂଦେହଜନକ ସଂପତ୍ତି କାରବାର ନେଇ ଦର୍ଶାଯାଇଥିବା ବେଳେ ଅନ୍ୟଟିରେ ଦେଶର ସୁରକ୍ଷା ସଂପର୍କିତ ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ସଂସଦରେ ପ୍ରଶ୍ନ ପଚାରିବାକୁ ଦର୍ଶାଯାଇଛି ।

ଗୋଟିଏ ଜାତୀୟ ସୁରକ୍ଷା ସଂପର୍କିତ ହୋଇଥିବା ବେଳେ ଅନ୍ୟଟି କର୍ପୋରେଟ କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟ ନେଇ ଅଭିଯୋଗ ହୋଇଛି। ତେବେ ଦୁଇଟି ଯାକ ଅଭିଯୋଗ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ପିନାକୀ ମିଶ୍ରଙ୍କ ବର୍ତ୍ତମାନର ପତ୍ନୀ ତଥା ସାଂସଦ ମହୁଆ ମୈତ୍ର ଜଣେ ବ୍ୟବସାୟୀଙ୍କ ଫାଇଦା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ତଦନ୍ତ ପରିସରକୁ ଆସିଥିଲେ । ତେବେ ଏନେଇ ପିନାକୀ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ...

Disclaimer: This content has been automatically aggregated from television for informational purposes. To read the original article, please visit television.