Youth Missing: ସପ୍ତାହେ ବିତିବ, ପୁରୀ ବୁଲିବାକୁ ଯାଇ ଆଉ ଫେରିନାହାନ୍ତି
ଜନ୍ମଦିନରେ ପୁରୀ ବୁଲିବାକୁ ଯାଇଥିବା ଜଗତସିଂହପୁର କଁପୁର ଗାଁର ଜଣେ ଯୁବକ ନିଖୋଜ ଅଛନ୍ତି । ସପ୍ତାହେ ବିତିବାକୁ ବସିଲାଣି, ନିଖୋଜ ଯୁବକଙ୍କ ପତ୍ତା ମିଳୁନି ।
ଜନ୍ମଦିନରେ ପୁରୀ ବୁଲିବାକୁ ଯାଇଥିବା ଜଗତସିଂହପୁର କଁପୁର ଗାଁର ଜଣେ ଯୁବକ ନିଖୋଜ ଅଛନ୍ତି । ସପ୍ତାହେ ବିତିବାକୁ ବସିଲାଣି, ନିଖୋଜ ଯୁବକଙ୍କ ପତ୍ତା ମିଳୁନି ।
ସପ୍ତାହେ ବିତିବାକୁ ବସିଲାଣି, ନିଖୋଜ ଯୁବକଙ୍କ ପତ୍ତା ମିଳୁନି । ଜନ୍ମଦିନରେ ପୁରୀ ବୁଲିବାକୁ ଯାଇଥିବା ଜଗତସିଂହପୁର କଁପୁର ଗାଁର ଜଣେ ଯୁବକ ନିଖୋଜ ଅଛନ୍ତି । ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏ ନେଇ ପରିବାର ଲୋକେ କଟକ ବାଲିକୁଦା ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ଜଣେ ଢାବା ମାଲିକଙ୍କୁ ଆଣି ପଚରାଉଚରା କରୁଛି ପୋଲିସ ।
ତେବେ ଯୁବକ ଜଣକ ଏବେ କେଉଁଠି, କିପରି ଅବସ୍ଥାରେ ଅଛନ୍ତି ତାହା ଜଣାପଡିନାହିଁ । ଏପଟେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଯୁବକଙ୍କର ହାତ ଗୋଡ଼ ବନ୍ଧା ଫଟୋ ବି ଭାଇରାଲ୍ ହୋଇଥିଲା । ଯାହାକୁ ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ ଗତ ୨୪ ତାରିଖରେ ନିଜ ଜନ୍ମଦିନରେ ସେ ପୁରୀ ବୁଲିବାକୁ ଯାଇଥିଲେ । ତେବେ ବିଦ୍ୟୁତ ଖୁଣ୍ଟରେ ତାଙ୍କର ହାତ ଗୋଡ଼ ବନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କଟକର ଏକ ଢାବାରେ ଖାଇ ସାରି ପଇସା ଦେଇନପାରିବାରୁ ଢାବା ମାଲିକ ତାଙ୍କୁ ଖୁଣ୍ଟରେ ବାନ୍ଧିଥିବା କୁହାଯାଉଛି । ଯୁବକ ଜଣଙ୍କ ଦିଲ୍ଲୀରେ ଏକ ଘରୋଇ ସଂସ୍ଥାରେ ରହି କାମ କରୁଥିବାବେଳେ କିଛି ଦିନ ହେଲା ଗାଁରେ ଆସି ରହୁଥିଲେ । ଜନ୍ମଦିନରେ ସେ ପରିବାର ଲୋକଙ୍କୁ ଜଣାଇ ବାଲିକୁଦା ବଜାରରୁ ବସ୍ ଯୋଗେ ପୁରୀ ଯାଇଥିଲେ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
