Youth Killed After Alleged Minor Altercation: ଯୁବକଙ୍କ ଗଳା କାଟି ହତ୍ୟା, ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା
ବୀଭତ୍ସ ହତ୍ୟାକାଣ୍ଡ, ବିଅର ବୋତଲରେ ଗଳା କାଟିବା ପରେ ପଥରରେ ଛେଚି ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତ ଯୁବକ ହେଲେ ମନମୁଣ୍ଡା ଥାନା ଋଷିବନ୍ଧ ଗାଁର କପିଲ ନାଏକ। ଗତକାଲି ବିଳମ୍ବିତ ରାତିରେ ମହୁଲି-ଡିଗି ରାସ୍ତା ମୁହାଣ ନିକଟରେ ଥିବା ଫାଷ୍ଟଫୁଡ୍ ଦୋକାନ ପରିସରେ କପିଲଙ୍କର କିଛି ଯୁବକଙ୍କ ସହ ବଚସା ହୋଇଥିଲା।
ପରେ ଦୁର୍ବୃତ୍ତମାନେ କପିଲଙ୍କୁ ଏକ କାଠ ଫାଳିଆରେ ମାଡ ମାରିଥିଲେ ଏବଂ ବିଅର ବୋତଲରେ ତାଙ୍କ ଗଳା କାଟି ଥିଲେ। ପରେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ମୃତକଙ୍କ ପରିବାରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ କରୁଛି।