Young Man Death: ପୋଖରୀରେ ବୁଡ଼ି ବିବାହିତ ଯୁବକଙ୍କ ମୃତ୍ୟୁ
"ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ ମହୁଲଗାଡିଆ ତଳସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଗତ ରବିବାର ସନ୍ଧ୍ୟାରେ ସନ୍ତୋଷ ମହାପାତ୍ର ( ୪୨) ନାମକ ଜଣେ ବିବାହିତ ଯୁବକ ନିକଟବର୍ତ୍ତୀ ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ତେବେ ଗଭୀର ପାଣିରେ ବୁଡ଼ି ପଙ୍କ ଭିତରୁ ବାହାରିପାରି ନଥିଲେ l ଦୁଇ ଦିନ ଧରି ଘର ଲୋକମାନେ ଖୋଜାଖୋଜି କରିବା ପରେ ବି ଜାଣିପାରି ନଥିଲେ l ଆଜି ସକାଳେ ମୃତଦେହ ଦେଖି ଗ୍ରାମର ଲୋକମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ lAdvertisment ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଦାବି ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀର ଲୋକମାନେ ଆସି ଶବକୁ ପାଣିରୁ ବାହାରକରି ଢେଙ୍କିକୋଟ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ l ଶବର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ମୃତକଙ୍କ ନିଜଘର ଚାନ୍ଦପଶି ଗ୍ରାମରେ ହୋଇଥିବା ବେଳେ ସେ ଆଜକୁ ପାଞ୍ଚବର୍ଷ ହେବ ଶ୍ଵଶୁର ଘରେ ରହି ଆସୁଥିଲେ l ତାଙ୍କର ବିଧବା ପତ୍ନୀ ସବିତା ଓ ଦୁଇଟି କନ୍ୟା ସନ୍ତାନ ଅଛନ୍ତି l ତେଣୁ ତାଙ୍କ ବିଧବା ପତ୍ନୀଙ୍କୁ ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି l ଆହୁରି ପଢ଼ନ୍ତୁ: ଔଷଧ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ: ଚାନ୍ଦିପୁରା ନେଲାଣି ୨୨ପିଲାଙ୍କ ଜୀବନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।