wrong injection: ଯାଜପୁର DHHରେ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା
ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା
ମା ଆଖି ଆଗରେ ଚାଲିଗଲା ପୁଆ ର ଜୀବନ । ତ୍ରୁଟିପୂର୍ଣ୍ଣ ଇଞ୍ଜେକସନରୁ ରୋଗୀ ମୃତ ଅଭିଯୋଗ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଯୁବକଙ୍କ ମୃତ୍ୟୁ ପରେ ଏପରି ଅଭିଯୋଗ ଆଣିଛନ୍ତି ପରିବାର । ସୂଚନା ଅନୁସାରେ ଧର୍ମଶାଳା ବାଉଁଶ କଣ୍ଟା ଅଞ୍ଚଳରୁ ଭାରତ ଦାସ ଗତକାଲି ଚିକିତ୍ସା ଲାଗି ଯାଜପୁର ସଦର ମହକୁମା ଚିକିତ୍ସାଳୟ ଆସିଥିଲେ । ସେ ସମ୍ପୂର୍ଣ ସୁସ୍ଥ ହୋଇଥିଲେ । ସକାଳୁ ଚା ପିଇ ପରିବାର ସହ ମିଶିବ ସହ ପାଖ ରୋଗୀଙ୍କୁ ଚାହା ଜଳଖିଆ ଆଣି ଦେଇଥିଲେ । ହଠାତ୍ ନର୍ସ ଆସି ଇଞ୍ଜେକସନ ଦେବାକୁ ଡାକି ଥିଲେ । ଇଞ୍ଜେକସନ ଦେବା ପରେ ସେ ହଠାତ୍ ଛାଟି ପିଟି ହେଇ ମୃତ୍ୟୁ ବରଣ କରିଥିଲେ ।
ଇଞ୍ଜେକସନ ଓ ନର୍ସ ଙ୍କ ଅବହେଳା ଲାଗି ମା ସମ୍ମୁଖରେ ପୁଅ ମୃତୁ ବରଣ କରିଥିବା ମାଆ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ କହିଛନ୍ତି ଘଟଣାର ତଦନ୍ତ ହେବ ଓ ମେଡିକାଲ କଲେଜର ପ୍ରଫେସର ବି ସାମିଲ ହେବେ । ଚିକିତ୍ସା ତ୍ରୁଟିପୂର୍ଣ୍ଣ ନା ଅନ୍ୟ କାରଣ ତାହା ଶବ ବ୍ୟବଚ୍ଛେଦ ହେବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ସେ ସୂଚନା ଦେଇଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
