World’s Luckiest Person: ସବୁଠୁ ଭାଗ୍ୟବାନ; ବାରମ୍ବାର ମୃତ୍ୟୁକୁ ଦେଇଥିଲେ ମାତ୍, ଖୁଚୁରା ପଇସାରୁ ୫ କୋଟିର ପୁରସ୍କାର
୧୯୨୯ରେ ଫ୍ରାନ୍ ସେଲାକ୍ କ୍ରୋସିଆର ମଝି ସମୁଦ୍ରରେ ଏକ ନୌକା ଭିତରେ ଜନ୍ମ ହୋଇଥିଲେ। ୮୭ ବର୍ଷ ବୟସରେ ୨୦୧୬ ନଭେମ୍ବର ୩୦ ଫ୍ରାନ୍ ସେଲାକଙ୍କ ମୃତ୍ୟୁ ଘଟିଥିଲା।
୧୯୨୯ରେ ଫ୍ରାନ୍ ସେଲାକ୍ କ୍ରୋସିଆର ମଝି ସମୁଦ୍ରରେ ଏକ ନୌକା ଭିତରେ ଜନ୍ମ ହୋଇଥିଲେ। ୮୭ ବର୍ଷ ବୟସରେ ୨୦୧୬ ନଭେମ୍ବର ୩୦ ଫ୍ରାନ୍ ସେଲାକଙ୍କ ମୃତ୍ୟୁ ଘଟିଥିଲା।
ଇଏ ହେଉଛନ୍ତି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି। ନାଁ ତାଙ୍କ ଫ୍ରାନ୍ ସେଲାକ୍। ଜନ୍ମ ପର ଠାରୁ ଡାକ୍ତର କହୁଥିଲେ ସେ ଅଧିକ ଦିନ ବଞ୍ଚିବନି। ହେଲେ ସମସ୍ତଙ୍କ କଥାକୁ ସେ କରିଦେଲେ ଭୁଲ୍ ପ୍ରମାଣିତ। ଆଉ ବନିଗଲେ ବିଶ୍ୱର ସବୁଠାରୁ ଲକିଏଷ୍ଟ ପ୍ରର୍ସନ।
ଫ୍ରାନ୍ ସେଲାକ୍। ୧୯୨୯ରେ କ୍ରୋସିଆରେ ନେଇଥିଲେ ଜନ୍ମ। ଘରେ କିମ୍ବା ହସପିଟାଲରେ ନୁହେଁ। ମଝି ସମୁଦ୍ରରେ ନୌକା ଭିତରେ ତାଙ୍କୁ ଜନ୍ମ ଦେଇଥିଲେ ମା’। ଯଦିଓ ଜନ୍ମ ସମୟରେ ସେ ବହୁତ ଦୁର୍ବଳ ଥିଲେ। ଡାକ୍ତରମାନଙ୍କୁ ଦେଖାଇବା ପରେ ସମସ୍ତେ କହିଥିଲେ ଯେ ସେ ଅଧିକ ଦିନ ବଞ୍ଚିବେନି। କିନ୍ତୁ ତାଙ୍କ ମାଆ ଏଭଳି ଯତ୍ନ ନେଲେ ଯେ, ସେ ମୃତ୍ୟୁକୁ ମାତ୍ ଦେଲେ।
ଫ୍ରାନ୍ ସେଲାକଙ୍କ ଜୀବନ ୩୦ ବର୍ଷ ବୟସ ପରେ ବଦଳିବା ଆରମ୍ଭ ହେଲା। ୧୯୬୨ରେ ଯେତେବେଳେ ଫ୍ରାନ୍ ଟ୍ରେନରେ ଡବ୍ରୋଭନିକ ଯାତ୍ରା କରୁଥିଲେ, ସେତେବେଳେ ଲାଇନଚ୍ୟୁତ ହୋଇଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ବଞ୍ଚିଯାଇଥିଲେ ସେଲାକ। ୧୯୬୩, ଠିକ୍ ବର୍ଷକ ପରେ। ସେ ଏକ ଫ୍ଲାଇଟରେ ନିଜ ମାଆଙ୍କୁ ଭେଟିବାକୁ ଯାଉଥିଲେ। ଏତିକି ବେଳେ ବିମାନର ଜରୁରୀ କବାଟ ଖୋଲି ଯାଇଥିଲା। ସନ୍ତୁଳନ ହରାଇ ବିମାନଟି ତଳକୁ ଖସି ପଡ଼ିଥିଲା। ଏହି ବିମାନ ଦୁର୍ଘଟଣାରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା, ଫ୍ରାନ୍ କିନ୍ତୁ ଏଥିରୁ ବର୍ତ୍ତି ଯାଇଥିଲେ।
ସେହିପରି ତିନି ବର୍ଷ ପରେ ସେ ଏକ ବସ୍ ଯୋଗେ ଅନ୍ୟ ସ୍ଥାନକୁ ଯାଉଥିଲେ। ପାହାଡ଼ିଆ ରାସ୍ତାରେ ସନ୍ତୁଳନ ହରାଇ ନଦୀକୁ ଖସି ପଡ଼ିଥିଲା ବସ । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଯମକୁ ମାତ୍ ଦେଇଥିଲେ ଫ୍ରାନ।
() ୧୯୭୦ରେ ନିଜ ଗାଡ଼ି ନେଇ କେଉଁଆଡ଼େ ଯାଉଥିଲେ ସେଲାକ । ଅଳ୍ପ ଦୂର ଯିବା ପରେ ତାଙ୍କୁ କିଛି ଜଳିବାର ଗନ୍ଧ ଆସିଥିଲା। ଫ୍ରାନ୍ କିଛି ବୁଝିବା ଆଗରୁ ତାଙ୍କ ଗାଡ଼ିରେ ଶର୍ଟ ସର୍କିଟ ହେତୁ ନିଆଁ ଲାଗି ଯାଇଥିଲା। ସେ ତୁରନ୍ତ ଗାଡ଼ିର ବ୍ରେକ୍ ଲଗାଇ ତଳକୁ ଓହ୍ଲାଇ ଯାଇଥିଲେ। ଆଉ ଥରେ ଫ୍ରାନ୍ ମୃତ୍ୟୁକୁ ଠକି ଦେଇ ବଞ୍ଚି ଯାଇଥିଲେ। ଏହା ପରେ ଆହୁରି ୩ଟି ଗାଡ଼ି ଦୁର୍ଘଟଣାରୁ ବଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଫ୍ରାନ୍ ସେଲାକ।
() ୨୦୦୨ ମସିହାରେ ସେ ଏକ ଗ୍ରୋସରୀ ଷ୍ଟୋର୍ରେ କିଣାକିଣି କରିବାକୁ ଯାଇଥିଲେ ଓ ତାଙ୍କ ପାଖରେ କିଛି ଖୁଚୁରା ପଇସା ବଳିଯାଇଥିଲା । ସେ ସେହି ପଇସାରେ ଏକ ଲଟେରୀ ଟିକେଟ୍ କିଣିଥିଲେ। ନିଜ ଜୀବନରେ ପ୍ରଥମ ଥର ଲଟେରୀ କିଣିଥିବା ଫ୍ରାନ ୫ କୋଟି ପୁରସ୍କାରରେ ଜିତିଥିଲେ। ହେଲେ ୨୦୧୬ ନଭେମ୍ବର ୩୦। ଏହି ଦିନ ଥିଲା ତାଙ୍କ ଶେଷ ଦିନ। ସେ ଆଉ ମୃତ୍ୟୁକୁ ମାତ୍ ଦେଇ ପାରିନଥିଲେ। ୮୭ ବର୍ଷ ବୟସରେ ଫ୍ରାନ୍ ସେଲାକଙ୍କ ମୃତ୍ୟୁ ଘଟିଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
