World Cup Champions Earn Record Cash Prize: ବିଶ୍ୱକପ୍ ବିଜୟ ପରେ ମିଳିଲା ମେଗା ବୋନସ୍, ପ୍ରତି ଖେଳାଳିଙ୍କୁ ମିଳିବ ଏତିକି କୋଟି!

Jul 21, 2026 - 18:14
World Cup Champions Earn Record Cash Prize: ବିଶ୍ୱକପ୍ ବିଜୟ ପରେ ମିଳିଲା ମେଗା ବୋନସ୍, ପ୍ରତି ଖେଳାଳିଙ୍କୁ ମିଳିବ ଏତିକି କୋଟି!

ଫିଫା ବିଶ୍ୱକପ୍ ୨୦୨୬ ହାତେଇବା ପରେ ଏବେ ଉତ୍ସବମୁଖର ସାରା ସ୍ପେନ୍। ଆର୍ଜେଣ୍ଟିନାକୁ ମାତ୍ ଦେଇ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହୋଇଥିବା ସ୍ପେନ୍ ଟିମ୍‌ ଉପରେ ଏବେ ଟଙ୍କାର ବର୍ଷା। ଖେଳାଳିଙ୍କଠାରୁ ଆରମ୍ଭ କରି ସ୍ପାନିସ୍ ଫୁଟବଲ୍ ଫେଡେରେସନ୍, ସମସ୍ତେ ଏବେ ମାଲାମାଲ୍।

୨୦୨୬ ଫିଫା ବିଶ୍ୱକପ୍ ଜିତିଥିବା ସ୍ପେନ୍ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ବିଜେତା ମେଡାଲ୍ ଏବଂ ରିଂ ସହ ମିଳିବାକୁ ଯାଉଛି ପ୍ରାୟ ୮.୩୨ କୋଟି ଟଙ୍କାର ବୋନସ୍। ସ୍ପାନିସ୍ ଫୁଟବଲ୍ ଫେଡେରେସନ୍ (RFEF)କୁ ଫିଫା ପକ୍ଷରୁ ପୁରସ୍କାର ରାଶି ଭାବେ ୫୦ ନିୟୁତ ଆମେରିକୀୟ ଡଲାର ମିଳିଛି। ଏଥିସହିତ ବିଶ୍ୱକପ୍ ଜିତିବା ପରେ ଦଳର ବ୍ରାଣ୍ଡ୍ ଭାଲ୍ୟୁ ବଢ଼ିଯାଇଛି। ସାରା ସ୍ପେନ୍‌ରେ ଦଳର 'ଅଫ୍-ୱାଇଟ୍' ଜର୍ସି ସମ୍ପୂର୍ଣ୍ଣ ସୋଲ୍ଡ ଆଉଟ୍ ହୋଇଯାଇଥିବା ବେଳେ ଟିଭି ରାଇଟ୍ସ ଏବଂ ସ୍ପନ୍ସରସିପ୍‌ରୁ ମଧ୍ୟ ପ୍ରଚୁର ରୋଜଗାର ହେଉଛି।

ଫାଇନାଲ୍ ମ୍ୟାଚ୍‌ରେ ଫେରାନ୍ ଟୋରେସ୍‌ଙ୍କ ଇଞ୍ଜୁରୀ-ଟାଇମ୍ ଗୋଲ୍ ବଳରେ ସ୍ପେନ୍ ୧-୦ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଏହି ଐତିହାସିକ ବିଜୟ ପରେ ସ୍ପେନ୍‌ର ପ୍ରମୁଖ ସମ୍ବାଦପତ୍ର 'ମାର୍କା' "ସୁପରଷ୍ଟାର୍ସ" ଏବଂ 'ମୁଣ୍ଡୋ ଡେପୋର୍ଟିଭୋ' "ଚାମ୍ପିୟନ୍ସ" ଶିରୋନାମା ସହ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପଟେ, ମ୍ୟାଚ୍ ଶେଷ ହେବା ପରେ ପଡ଼ିଆରେ ଘଟିଥିବା ହିଂସାକୁ ନେଇ ସ୍ପାନିସ୍ ମିଡିଆ ଆର୍ଜେଣ୍ଟିନାକୁ କଡ଼ା ସମାଲୋଚନା କରିଛି। ରୋଡ୍ରିଙ୍କୁ ଆର୍ଜେଣ୍ଟିନାର ନାହୁଏଲ୍‌ ମାରିଥିବା ପଞ୍ଚ୍‌ ଯୋଗୁଁ ଉଭୟ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।