Women's Hockey World Cup: ମହିଳା ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା, ଓଡ଼ିଶାର ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ମହିଳା ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳର ନେତୃତ୍ୱ ନେବେ ସାଲିମା ଟେଟେ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଅଗଷ୍ଟ ୧୫ରୁ ୩୦ ଯାଏଁ ଖେଳାଯିବ। ନେଦରଲ୍ୟାଣ୍ଡ ଏବଂ ବେଲଜିୟମ ମିଳିତ ଭାବେ ଏହାକୁ ଆୟୋଜନ କରୁଛନ୍ତି।"
"ବିଶ୍ୱକପ୍ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଦଳରେ ଅଭିଜ୍ଞ ଓ ଯୁବ ଖେଳାଳି ସାମିଲ ଅଛନ୍ତି। ଓଡ଼ିଶାର ପ୍ରତିଭା ସୁନେଲିତା ଟପ୍ପୋ ଦଳରେ ସ୍ଥାନ ପାଇଛନ୍ତି। ମୁଖ୍ୟ କୋଚ୍ ସ୍ଜୋଏର୍ଡ ମାରିଜନେ ଦଳକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁରେ ଦଳର ତାଲିମ ଶିବିର ଚାଲିଛି।
ଭାରତୀୟ ଦଳ ପୁଲ୍-ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍ରେ ଚୀନ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଅଗଷ୍ଟ ୧୬ରେ ଚୀନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ଅଗଷ୍ଟ ୧୮ରେ ଦକ୍ଷିଣ ଆଫ୍ରିକା ଏବଂ ଅଗଷ୍ଟ ୨୦ରେ ଇଂଲଣ୍ଡ ସହ ଲଢ଼େଇ ହେବ। ସମସ୍ତ ପୁଲ୍ ମ୍ୟାଚ୍ ନେଦରଲ୍ୟାଣ୍ଡରେ ଖେଳାଯିବ।"
The Journey to the World Cup Begins! 🇮🇳🏑
— Hockey India (@TheHockeyIndia) July 17, 2026
Presenting the Indian Women’s Squad for the FIH Hockey World Cup Belgium & Netherlands 2026. 💙
A team ready to take on the world, driven by belief, determination and the dream of bringing home hockey’s ultimate prize. 🇮🇳🏆
All the… pic.twitter.com/80F7S59MCo
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।