Women’s Contribution: ମାତୃଶକ୍ତି ହାତରେ ଦେଶର ଭବିଷ୍ୟତ, ବିକଶିତ ଭାରତ ପାଇଁ ଜରୁରୀ ମହିଳାଙ୍କ ଅବଦାନ
ଗ୍ରାମାଞ୍ଚଳରେ ମହିଳାମାନଙ୍କ ଅଂଶଗ୍ରହଣରେ ସାମାନ୍ୟ ବୃଦ୍ଧି ଘଟିଛି, କିନ୍ତୁ ଏହା ପ୍ରାୟତଃ ଅବୈତନିକ ଏବଂ ପାରିବାରିକ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ । ଅନ୍ୟପକ୍ଷରେ ସହରାଞ୍ଚଳ ଭାରତରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ସ୍ଥିର ରହିଛି । ଏହା ସହିତ
ଗ୍ରାମାଞ୍ଚଳରେ ମହିଳାମାନଙ୍କ ଅଂଶଗ୍ରହଣରେ ସାମାନ୍ୟ ବୃଦ୍ଧି ଘଟିଛି, କିନ୍ତୁ ଏହା ପ୍ରାୟତଃ ଅବୈତନିକ ଏବଂ ପାରିବାରିକ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ । ଅନ୍ୟପକ୍ଷରେ ସହରାଞ୍ଚଳ ଭାରତରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ସ୍ଥିର ରହିଛି । ଏହା ସହିତ ଅସୁରକ୍ଷିତ ସାର୍ବଜନୀନ ପରିବହନ, ପରିମଳ ବ୍ୟବସ୍ଥାର ଅଭାବ ଏବଂ ଅବୈତନିକ ଯତ୍ନ କାର୍ଯ୍ୟର ବୋଝ ମହିଳାମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତି ଉଭୟରୁ ଦୂରେଇ ରଖୁଛି । ଅର୍ଥନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଅପେକ୍ଷାକୃତ କମ ଥିବାରୁ ଏହା ଦେଶର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି । ଆମ ଦେଶ ପାଇଁ ଏବେ ବିଶ୍ୱ ଅର୍ଥନୀତି ଅନୁକୂଳ ରହିଛି । ହେଲେ ଭାରତୀୟ ଅର୍ଥନୀତିର ପ୍ରଗତି ସାମ୍ନାରେ ବଡ଼ କଣ୍ଟା ସାଜିଛି ଟ୍ରମ୍ପଙ୍କ ଟାରିଫ ନୀତି । ଭାରତୀୟ ସାମଗ୍ରୀ ରପ୍ତାନି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ୫୦ ପ୍ରତିଶତ ଶୁଳ୍କ ବାଧା ସୃଷ୍ଟି କରୁଛି । ଏହି ଶୁଳ୍କ ଯୋଗୁଁ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ୪୦ ଆରବ ଡଲାର ବ୍ୟବସାୟ ଉପରେ ଆର୍ଥିକ ସଙ୍କଟ ଘନେଇ ଆସୁଛି । ଏହାଦ୍ୱାରା ଦେଶର ଜିଡିପିରେ ପାଖାପାଖି ଏକ ପ୍ରତିଶତ ହ୍ରାସ ହେବାର ଆଶଙ୍କା ମଧ୍ୟ ରହିଛି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
