Woman Gives Birth: ୫୫ ବର୍ଷରେ ୧୭ତମ ସନ୍ତାନ ଜନ୍ମ ଦେଲେ ମହିଳା, ୫ ପିଲାଙ୍କ ବିବାହ ସରିଛି

ରେଖା ଗଲବେଲିଆଙ୍କୁ ୫୫ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କର ୧୭ତମ ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ପରିବାର ଅଳିଆ ଆବର୍ଜନା ଗୋଟାଇ ପରିବାର ପ୍ରତିପୋଷଣ କରନ୍ତି।

27 August 2025 01:45 PM IST
Woman Gives Birth: ୫୫ ବର୍ଷରେ ୧୭ତମ ସନ୍ତାନ ଜନ୍ମ ଦେଲେ ମହିଳା, ୫ ପିଲାଙ୍କ ବିବାହ ସରିଛି

ରେଖା ଗଲବେଲିଆଙ୍କୁ ୫୫ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କର ୧୭ତମ ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ପରିବାର ଅଳିଆ ଆବର୍ଜନା ଗୋଟାଇ ପରିବାର ପ୍ରତିପୋଷଣ କରନ୍ତି।

ଉଦୟପୁରରେ ମଙ୍ଗଳବାର ଏକ ଏପରି ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୫୫ ବର୍ଷୀୟା ମହିଳା ରେଖା ଗଲବେଲିଆ ତାଙ୍କର ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ରେଖାଙ୍କ ପରିବାର ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଜୀବନ ଯାପନ କରୁଛନ୍ତି। ଏହି ପରିବାର ଆବର୍ଜନା ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଛାତ ମଧ୍ୟ ନାହିଁ। ସବୁଠୁ ବେଶୀ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଡାକ୍ତରଙ୍କୁ ମିଛ କହିଥିଲେ ଯେ, ଏହା ତାଙ୍କର ଚତୁର୍ଥ ସନ୍ତାନ। କିନ୍ତୁ ପରେ ତାହା ୧୭ତମ ସନ୍ତାନ ବୋଲି ଜଣା ପଡିଥିଲା।

ରେଖା ଗଲବେଲିଆ ଏପର୍ଯ୍ୟନ୍ତ ୧୬ଟି ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ, ତାଙ୍କର ଚାରି ପୁଅ ଏବଂ ଜଣେ ଝିଅ ଜନ୍ମ ପରେ ତୁରନ୍ତ ମୃତ୍ୟୁବରଣ କରିଥିଲେ। ଯେଉଁ ସନ୍ତାନମାନେ ବଞ୍ଚିଛନ୍ତି, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ବିବାହ ହୋଇସାରିଛି ଏବଂ ସେମାନଙ୍କର ମଧ୍ୟ ନିଜର ସନ୍ତାନ ଅଛନ୍ତି।

ରେଖାଙ୍କ ସ୍ୱାମୀ କବରା କାଲବେଲିଆ ନିଜ ପରିବାରର ଆର୍ଥିକ ଅସୁବିଧା ବିଷୟରେ ବଖାଣି କହିଛନ୍ତି ଯେ ତାଙ୍କର ନିଜସ୍ୱ ଘର ନାହିଁ ଏବଂ ନିଜର ଛୋଟ ଛୋଟ ଆବଶ୍ୟକତା ପୂରଣ କରିବା ମଧ୍ୟ ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଛି। ଦୈନନ୍ଦିନ ଖାଦ୍ୟ, ପିଲା ମାନଙ୍କ ଦେଖାଶୁଣା ଏବଂ ଅନ୍ୟାନ୍ୟ ଖର୍ଚ୍ଚ କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏପରିକି ପିଲାମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ତାଙ୍କୁ ଋଣ ନେବାକୁ ପଡ଼ିଛି। ସେ କହିଛନ୍ତି ମୁଁ ୨୦ ପ୍ରତିଶତ ସୁଧରେ ମଧ୍ୟ ଟଙ୍କା ଧାର କରିଛି। ମୁଁ ଲକ୍ଷାଧିକ ଟଙ୍କା ଫେରାଇ ସାରିଥିଲେ ମଧ୍ୟ ଆହୁରି ଟଙ୍କା ଫେରାଇବାର ଅଛି।

ଏହି ପରିବାର ପ୍ରତିଦିନ ଚଳିବା ପାଇଁ ଆବର୍ଜନା ସଂଗ୍ରହ କରୁଛନ୍ତି ଏବଂ ସେଥିରୁ ଯେଉଁ ଟଙ୍କା ରୋଜଗାର ହୁଏ, ସେଥିରେ ସେ ପରିବାର ପ୍ରତିପୋଷଣ କରନ୍ତି। ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ସେମାନେ ନିଜ ପିଲାମାନଙ୍କୁ ପାଠ ପଢ଼ାଇ ନାହାନ୍ତି। ସେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆମକୁ ଘର ମିଳିଛି, କିନ୍ତୁ ଜମି ନଥିବା କାରଣରୁ ଆମେ ଏପର୍ଯ୍ୟନ୍ତ ନିଜର ଘର ଖଣ୍ଡିଏ କରି ପାରୁନାହୁଁ।

ଝାଦୋଲ କମ୍ୟୁନିଟି ହେଲଥ ସେଣ୍ଟରର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରୋଶନ ଦାରାଙ୍ଗୀ କହିଛନ୍ତି ଯେ, ରେଖା ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ପ୍ରଥମେ ତାଙ୍କର ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଠିକ୍‌ ଭାବେ ଦେଇନଥିଲେ। ସେମାନଙ୍କ ପରିବାର କହିଥିଲେ ଯେ ଏହା ରେଖାଙ୍କର ଚତୁର୍ଥ ସନ୍ତାନ। କିନ୍ତୁ ପରେ ହସ୍ପିଟାଲର ଡାକ୍ତର ଏବଂ ଟିମ୍‌ଙ୍କ ତଦନ୍ତରୁ ଜଣାପଡ଼ିଲା ଯେ ଏହା ପ୍ରକୃତରେ ତାଙ୍କର ୧୭ତମ ସନ୍ତାନ ଥିଲା। ଡାକ୍ତର କହିଛନ୍ତି ଯେ ପରିବାର ପକ୍ଷରୁ ପ୍ରଥମେ ଦିଆଯାଇଥିବା ତଥ୍ୟ ଠିକ୍‌ ନଥିଲା, ତେଣୁ ପ୍ରକୃତ ସ୍ଥିତି ଜାଣିବାରେ କିଛି ସମୟ ଲାଗିଥିଲା।

Disclaimer: This content has been automatically aggregated from television for informational purposes. To read the original article, please visit television.