Window Railing Horror: ସ୍କୁଲ ଝରକା ଫାଶରେ କୁନି ଝିଅର ସାରା ରାତି
ରାତି ବଢୁଥିଲା, ବର୍ଷା ବି ଛେଚୁଥିଲା। ସ୍କୁଲ ଝରକାରେ ଲଟକି ରହିଥିଲା ୮ ବର୍ଷର କୁନି ଝିଅ। ରେଲିଂ ଭିତରେ ମୁଣ୍ଡଟି ଥିଲା, ଆଉ ବାହାରେ ଝୁଲୁଥିଲା ଶରୀର। ପାଠ ପଢିବାକୁ ଯାଇଥିଲା, ହେଲେ ପିଲାଟିକୁ ଛାଡ଼ି ସ୍କୁଲ ଘର ତାଲା ମାରିଦେଲେ। ଏହାପରେ ଏ
ରାତି ବଢୁଥିଲା, ବର୍ଷା ବି ଛେଚୁଥିଲା। ସ୍କୁଲ ଝରକାରେ ଲଟକି ରହିଥିଲା ୮ ବର୍ଷର କୁନି ଝିଅ। ରେଲିଂ ଭିତରେ ମୁଣ୍ଡଟି ଥିଲା, ଆଉ ବାହାରେ ଝୁଲୁଥିଲା ଶରୀର। ପାଠ ପଢିବାକୁ ଯାଇଥିଲା, ହେଲେ ପିଲାଟିକୁ ଛାଡ଼ି ସ୍କୁଲ ଘର ତାଲା ମାରିଦେଲେ। ଏହାପରେ ଏକୁଟିଆ କିଛି ଘଣ୍ଟା କାଟିବା ପରେ ଶେଷରେ ବାହାରକୁ ବାହାରିବା ପାଇଁ କସରତ କରିଥିଲା କୁନି ଝିଅ।
କିଟିକିଟି ଅନ୍ଧାର। ରାତିସାରା ଅବିଶ୍ରାନ୍ତ ବର୍ଷା। ଭୋକରେ କୁନି ପେଟଟା ଆଉଟୁପାଉଟୁ ହେଉଥାଏ। କାନ୍ଦି କାନ୍ଦି ଆଖିର ଲୁହକୁ ପିଇବା ଛଡା ତା'ପାଖରେ ଆଉ ଚାରା ନଥାଏ। ଏକୁଟିଆ ହୋଇ ସେ ମାଆକୁ ବହୁତ ଡାକିଥିଲା, ଘର ଲୋକଙ୍କୁ ଖୋଜିଥିଲା। ତା'ର ଡାକ କିନ୍ତୁ କାହାକୁ ଶୁଭୁନଥିଲା। କାନ୍ଦି କାନ୍ଦି ଆଖିରୁ ଲୁହ ବି ସରିଗଲା। ଶେଷରେ ସବୁ ଆଶା ଛାଡି ନିଜ ଜୀବନ ନିଜେ ବଞ୍ଚାଇବାକୁ ପ୍ରାଣମୂର୍ଛ୍ଛା ଉଦ୍ୟମ କଲା। ସ୍କୁଲ ଝରକା ରେଲିଂ ଦେଇ ବାହାରକୁ ବାହାରିବାକୁ ଚେଷ୍ଟା କଲା। ହେଲେ ଶରୀରଟା ସିନା ବାହାରକୁ ବାହାରିଗଲା ମୁଣ୍ଡ କିନ୍ତୁ ରହିଗଲା। ବାସ୍.. ଆଉ ଲଢିବାକୁ ନାଥିଲା ବଳ ନା ବୁଦ୍ଧି। ଏଭଳି ସମୟରେ ଏକୁଟିଆ ରାତି କାଟିଛି ଦ୍ବିତୀୟ ଶ୍ରେଣୀର କୁନି ଝିଅ ଜ୍ୟୋତ୍ସ୍ନା ଦେହୁରୀ।
କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ଚିନ୍ତାଜନକ ମଧ୍ୟ। ସୂଚନା ଅନୁଯାୟୀ ଗତକାଲି ସ୍କୁଲ ଛୁଟି ପରେ ଶ୍ରେଣୀ ଗୃହରେ ତାଲା ପକାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ତେବେ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ। ସେପଟେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ। ଆଉ ଆଜି ସକାଳୁ ସ୍କୁଲ୍ ଗେଟ୍ ଖୋଲିବା ପରେ ଛାତ୍ରୀ ଜଣଙ୍କୁ ଏଭଳି ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।
ଶିକ୍ଷକଙ୍କ କହିବା ଅନୁସାରେ, ସ୍କୁଲ ଛୁଟି ପରେ ସବୁ ପିଲା ଘରକୁ ଯାଇଥିବାବେଳେ ଏହି ପିଲାଟି ନିଦରେ ବେଞ୍ଚ ଉପରେ ଶୋଇପଡ଼ିଥିଲା। ଛୁଟିର ଅନେକ ସମୟ ପରେ କ୍ଲାସରୁମକୁ ତାଲା ପକାଇବାକୁ ଆସିଥିଲେ ବଡ଼ ପିଲା। ସେମାନେ ବାହାରୁ ତାଲା ପକାଇ ପଳାଇଥିଲେ। ତେବେ ନିଦ ଭାଙ୍ଗିବା ପରେ ଝିଅଟି ବାହାରିବାକୁ ଚେଷ୍ଟା କରିଥିଲା। ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେବି ମୁଣ୍ଡଟି ରେଲିଂ ଭିତରୁ ଆଉ ବାହାରି ପାରିନଥିଲା। ଫଳରେ ଛାତ୍ରୀ ଜଣକ ଏମିତି ଅବସ୍ଥାରେ ହିଁ ସାରା ରାତି ଝରକାରେ ଝୁଲି ରହିଥିଲେ। ଏଠି ପ୍ରଶ୍ନ ଉଠୁଛି କାହାର ଏ ଦାୟିତ୍ବହୀନତା ? କେଉଁଭଳି ସ୍ଥିତିରେ ସ୍କୁଲ୍ ଶ୍ରେଣୀ ଗୃହରେ ରହିଗଲେ ଛାତ୍ରୀ ? ଶିକ୍ଷକ କି ଅନ୍ୟ କର୍ମଚାରୀ କେହି ଦେଖି ପାରିଲେନି କିପରି ? ଶ୍ରେଣୀଗୃହ ତାଲା ପକାଇବା ପୂର୍ବରୁ କାହାର କିଭଳି ନଜର ପଡିଲାନି ? ବିଦ୍ୟାଳୟରେ କେତେ ସୁରକ୍ଷିତ କୁନିକୁନି ଛାତ୍ରଛାତ୍ରୀ ?
ଛାତ୍ରୀ ଜଣଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିବା ବେଳେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ସେପଟେ ଏହି ଘଟଣାରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଦାୟିତ୍ୱହୀନତା ପାଇଁ ଜିଲ୍ଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
