Will Sujata Karthikeyan Join BJD Today? ଶଙ୍ଖ ଧରିବେ ସୁଜାତା! ବିଜେଡି ରାଜନୀତିରେ ବଡ଼ ହଲଚଲ, ନବୀନ ଡାକିଛନ୍ତି ବୈଠକ
ଶଙ୍ଖ ଧରିବେ କି ମିସେସ୍ ପାଣ୍ଡିଆନ? ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇପାରନ୍ତି ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା କାର୍ତ୍ତିକେୟନ। ସେଥିପାଇଁ ବୋଧହୁଏ ଶଙ୍ଖ ଭବନରେ ଆଜି ଦିନ ୧୧ଟା ୩୦ରେ ନବୀନ ପଟ୍ଟନାୟକ ଏକ ବଡ ବୈଠକ ଡାକିଛନ୍ତି।
ପୂର୍ବରୁ ସୁଜାତା ବିଜେଡିରେ ମିଶିବା ନେଇ ଦୁଇ ଦୁଇ ଥର ପ୍ରସ୍ତୁତି କରାଯାଇଥିଲା। ମାତ୍ର ନେତାମାନେ ମେଳି କରି ବିରୋଧ କରିବାରୁ ବାଟ ଫିଟିନଥିଲା। ଏଥର କିନ୍ତୁ ରାସ୍ତା ସଫା ଅଛି। କିଛି ଦିନ ତଳେ ମନ୍ମଥ ରାଉତରାୟ, ଗଣେଶ୍ବର ବେହେରା, ଚିନ୍ମୟ ସାହୁ ଓ ମହେଶ୍ବର ସାହୁଙ୍କ ଭଳି ନେତା ସୁଜାତାଙ୍କ ସମର୍ଥନରେ ଖୋଲାଖୋଲି ବାହାରିଥିଲେ।
ଗତକାଲି ନବୀନ ନିବାସ ବୈଠକ ପରେ ବିଜେଡି ରାଜନୈତିକ ବ୍ୟାପାର କମିଟି ସଦସ୍ୟା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସୁଜାତାଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପଟେ ବିଜେଡି ନେତା ସମ୍ବିତ ରାଉତରାୟ ତେରଚ୍ଛା ବାଣ ମାରି କହିଛନ୍ତି, ସୁଜାତା ନବୀନଙ୍କ ଉତ୍ତରାଧିକାରୀ ନୁହଁନ୍ତି। ଗୃହ ପ୍ରବେଶ କରନ୍ତୁ, ପରେ ଆମେ ବାସ୍ତୁ ଦୋଷ ଦେଖିବୁ ବୋଲି କହିଛନ୍ତି।