Wild Boar Attack: ବାରହା ଆକ୍ରମଣରେ ଜଣେ ମୃତ, ୧୦ରୁ ଅଧିକ ଆହତ

Jul 26, 2026 - 12:51
Wild Boar Attack: ବାରହା ଆକ୍ରମଣରେ ଜଣେ ମୃତ, ୧୦ରୁ ଅଧିକ ଆହତ

"ଇନ୍ଦିପୁର: ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗାଁରେ ବାରହା ଆତଙ୍କ।

ବାରହା ଆକ୍ରମଣରେ ଜଣେ ମୃତ, ୧୦ରୁ ଅଧିକ ଆହତ।

ମୃତକ ହେଲେ ଇନ୍ଦିପୁର ଗାଁର ୫୫ବର୍ଷୀୟ ବଚନ ନାୟକ।

ବଚନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ତାଙ୍କର ମୃତ୍ୟୁ ହୋଇଛି।Advertisment ବାରହାକୁ କାବୁ କରିବାକୁ ଗ୍ରାମବାସୀଙ୍କ ଦାବି ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଇନ୍ଦିପୁର ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କରିଥିଲା ବାରହା।

ଆକ୍ରମଣ କରୁଥିବା ବାରହାଟି ଏବେ ଇନ୍ଦିପୁର ଗ୍ରାମରୁ ପାଖ ଡେଙ୍ଗୋବୋରେଇ ଓ କାଣ୍ଡବିନ୍ଧା ଅଞ୍ଚଳରେ ବୁଲୁଥିବା ସୁଚନା ରହିଛି।

ତୁରନ୍ତ ବାରହାକୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Kargil Vijay Diwas: କାର୍ଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।