Wife kills husband : ପର ପୁରୁଷ ପାଇଁ ସ୍ଵାମୀକୁ ଛାତ ଉପରୁ ଠେଲିଲା, ବଞ୍ଚିଯିବାରୁ ଇଞ୍ଜେକ୍ସନରେ ଟୟଲେଟ କ୍ଲିନର ଦେଇ ମାରିଦେଲା ନର୍ସ ସ୍ତ୍ରୀ
ହାଇଦ୍ରାବାଦ, ୮/୭ : ତେଲଙ୍ଗାନାରେ ଚାଞ୍ଚଲ୍ୟ। ପରକୀୟା ପ୍ରୀତିକୁ ନେଇ ନିଜାମାବାଦ ଜିଲ୍ଲାରେ ଜଣେ ନର୍ସ ସ୍ୱାମୀଙ୍କୁ ଡ୍ରିପ୍ରେ ଟୟଲେଟ କ୍ଲିନର ଦେଇ ହତ୍ୟା କରିଥିବା ସାମ୍ନାକୁ ଆସିଛି। ପୂର୍ବରୁ ସେ ସ୍ୱାମୀଙ୍କୁ ଛାତରୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେଥିରୁ ବର୍ତ୍ତିଯିବାରୁ ଏଭଳି ପଦକ୍ଷେପ ନେଇଥିବା ତଦନ୍ତରୁ ଜଣାପଡି଼ଛି । ସୋମବାର ପୁଲିସ ଏହି ମାମଲାରେ ଅଭିଯୁକ୍ତ ମହିଳା ୩୨ ବର୍ଷୀୟା ସନ୍ଧ୍ୟା, ତାଙ୍କ ପ୍ରେମିକ ଅନୀଲ ଏବଂ ବନ୍ଧୁ ଭେଙ୍କଟ ସାଇଙ୍କୁ ଗିରଫ କରିଛି । ସେମାନଙ୍କୁ ଏକ କୋର୍ଟରେ ହାଜର କରାଯାଇଥିବାବେଳେ କୋର୍ଟ ଜେଲ୍ ପଠାଇ ଦେଇଛନ୍ତି ।
ପୁଲିସ ଅନୁସାରେ, ସନ୍ଧ୍ୟାଙ୍କ ସ୍ୱାମୀ ପ୍ରଶାନ୍ତ ଉପସାଗରୀୟ ଦେଶରେ କାମ କରୁଥିଲେ। ନିକଟରେ ସେ ନିଜାମବାଦ ଜିଲ୍ଲାର ମୋପାଳ ମଣ୍ଡଳସ୍ଥିତ ନିଜ ଗାଁକୁ ଆସିଥିଲେ । ଏହି ସମୟରେ ସେ ସନ୍ଧ୍ୟା ଏବଂ ଅନୀଲଙ୍କ ପରକୀୟା ପ୍ରେମ ସଂପର୍କରେ ଜାଣିବାକୁ ପାଇଥିଲେ । ସେହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା । ସେଥିଯୋଗୁ ଉତ୍କ୍ଷିପ୍ତ ହୋଇ ସନ୍ଧ୍ୟା ଏବଂ ଅନୀଲ ପ୍ରଶାନ୍ତଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଯୋଜନାକୁ ରୂପରେଖ ଦେବାଲାଗି ସେମାନେ ବନ୍ଧୁ ଭେଙ୍କଟ ସାଇଙ୍କ ସହାୟତା ନେଇଥିଲେ । ଜୁନ୍ ୨୯ରେ ଭେଙ୍କଟ ସାଇ ପ୍ରଶାନ୍ତଙ୍କ ଘରକୁ ଯାଇ ତାଙ୍କୁ ପ୍ରଚୁର ମଦ ପିଆଇଥିଲେ । ଏହାପରେ ସନ୍ଧ୍ୟାଙ୍କ ନିର୍ଦ୍ଦେଶ ଅନୁସାରେ କଥା ହେବା ବାହାନାରେ ଛାତ ଉପରକୁ ଡାକି ନେଇ ତଳକୁ ଠେଲି ଦେଇଥିଲେ । ଛାତ ଉପରୁ ପଡ଼ିବା ସତ୍ତ୍ଵେ ପ୍ରଶାନ୍ତଙ୍କ ଜୀବନ ବଞ୍ଚିଯାଇଥିଲା । ଏହାପରେ ଭେଙ୍କଟ ସାଇ ଏବଂ ସନ୍ଧ୍ୟା ମିଶି ତାଙ୍କୁ ଚିକିତ୍ସା ଲାଗି ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେତେବେଳେ ସେମାନେ ମଦ ନିଶାରେ ପ୍ରଶାନ୍ତ ଛାତରୁ ଗଳିପଡ଼ିଥିବା କହିଥିଲେ ।
ପରବର୍ତ୍ତୀ ସମୟରେ ସନ୍ଧ୍ୟା ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସିଫ୍ଟ କରାଇଥିଲେ । ଶେଷରେ ଘରକୁ ନେଇ ଆସିଥିଲେ । ସେଠାରେ ସ୍ୱାମୀଙ୍କୁ ଡ୍ରିପ୍ ଜରିଆରେ ଟୟଲେଟ୍ କ୍ଲିନର ଏବଂ ଆନାସ୍ଥେସିଆ ଔଷଧ ଦେଇଥିଲେ । ଏଥିସହ ଖଟରୁ ଠେଲି ଦେଇଥିଲେ । ସେଥିଯୋଗୁ ଜୁନ୍ ୩୦ରେ ପ୍ରଶାନ୍ତଙ୍କର ମୃତ୍ୟୁ ଘଟିଥିଲା । ଜୁଲାଇ ୧ରେ ପ୍ରଶାନ୍ତଙ୍କ ମାଆ ତାଙ୍କ ମୃତ୍ୟୁକୁ ରହସ୍ୟଜନକ ଦର୍ଶାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ସେଥିରେ ସେ ବୋହୂ ସନ୍ଧ୍ୟାଙ୍କ ପ୍ରତି ସନ୍ଦେହ ପ୍ରକଟ କରିଥିଲେ । ତଦନ୍ତ ସମୟରେ ପୁଲିସ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା । ସେଥିରୁ ଷଡ଼ଯନ୍ତ୍ର ସଂପର୍କରେ ସାମ୍ନାକୁ ଆସିଥିଲା।
ଆହୁରି ପଢନ୍ତୁ- Crime News : ଇନଷ୍ଟାଗ୍ରାମରେ ଦୋସ୍ତି, ନୈନିତାଲରେ ଦେଖା ସାକ୍ଷାତ... ଯୁବକଙ୍କୁ ପ୍ରେମଜାଲରେ ଫସାଇ ଇନଷ୍ଟା କ୍ଵିନ୍ଙ୍କ ବ୍ଲାକମେଲ୍
ଅନଲାଇନ ସପିଂରେ ଡାର୍କ ପାଟର୍ଣ୍ଣ ଖେଳ | Dark Pattern Game in Online Shopping
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।