Why Internet Keeps Going Down: ଚାଟ୍ଜିପିଟି ଠପ୍; ଅନଲାଇନ୍ ସର୍ଭିସଗୁଡ଼ିକ ବାରମ୍ବାର କାହିଁକି ବନ୍ଦ ହୋଇଯାଏ ଜାଣନ୍ତୁ...
ନୂଆଦିଲ୍ଲୀ, ୨୮।୭: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସଦ୍ୟତମ ଘଟଣାକ୍ରମରେ OpenAIର ଲୋକପ୍ରିୟ ଏଆଇ ଚାଟ୍ଜିପିଟି ହଠାତ୍ ଅଚଳ ହୋଇଯାଇଥିଲା । ଏହାର ପ୍ରଭାବ ବିଶ୍ୱବ୍ୟାପୀ କୋଟି କୋଟି ୟୁଜର୍ସଙ୍କୁ ପ୍ରଭାବିତ କରିଥିଲା । ବହୁ ୟୁଜର୍ସ ସେମାନଙ୍କ ଡିଭାଇସରେ ଚାଟ୍ଜିପିଟି କାମ କରୁନଥିବା ଅଭିଯୋଗ କରିଥିବା ବେଳେ କେତେକ କୋଡେକ୍ସ ସମସ୍ୟା ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ଭାରତରେ ମଧ୍ୟ ଚାଟ୍ଜିପିଟି ୟୁଜର୍ସମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଇଣ୍ଟରନେଟ୍ ଆଉଟ୍ଜ ବା ସର୍ଭିସ ଠପ୍ ହେବାର ଏହା କୌଣସି ପ୍ରଥମ ଘଟଣା ନୁହେଁ । ଚାଟ୍ଜିପିଟି ପୂର୍ବରୁ ଏକ୍ସ, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ସର୍ଭିସଗୁଡ଼ିକ ମଧ୍ୟ ବାରମ୍ବାର ଡାଉନ୍ ହୋଇଥିବାର ଦେଖାଯାଇଛି । ଗୋଟିଏ ମୁହୂର୍ତ୍ତରେ ଏକ ୱେବସାଇଟ୍ ସ୍ୱାଭାବିକ ଭାବେ କାମ କରୁଥିବା ବେଳେ ପରକ୍ଷଣରେ ତାହା ହଠାତ୍ ବନ୍ଦ ହୋଇଯାଏ । ପ୍ରଶ୍ନ ହେଉଛି, ପ୍ରକୃତରେ ଏହା କିପରି ଓ କାହିଁକି ହୁଏ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।