Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Jul 12, 2026 - 00:11
Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ

"ମେ‌ଷ: ରବିବାର ସ୍ବାସ୍ଥ୍ୟ ଭଲ ରହିବ।

ସୋମ, ମଙ୍ଗଳ ଓ ବୁଧବାର ଘର ଓ ଅଫିସ୍‌ରେ ପରିବେଶ ପ୍ରସନ୍ନତାପୂର୍ଣ୍ଣ ରହିବ।

ଗୁରୁ ଓ ଶୁକ୍ରବାର ବେପାରରେ ଲାଭ ହେବ।

ଶନିବାର କ୍ୟାରିୟର୍‌କୁ ନେଇ ଲାଭ ମିଳିବ।Advertisment ବୃଷ: ରବିବାର କିଛି ଉପହାର ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ଚାକିରିଆଙ୍କୁ ମନ ଚାହୁଥିବା ଲାଭ ମିଳିବ।

ଗୁରୁ ଓ ଶୁକ୍ରବାର କୌଣସି ରଚନାତ୍ମକ କାମ କରିବେ।

ଶନିବାର ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ।

ମିଥୁନ: ରବିବାର ସାଙ୍ଗମାନଙ୍କ ସହ ସମୟ ବିତିବ।

ସୋମ, ମଙ୍ଗଳ ଓ ବୁଧବାର ପରିଶ୍ରମର ଅନୁରୂପ ଫଳ ପାଇବେ।

ଗୁରୁ ଓ ଶୁକ୍ରବାର ନୂଆ ଉତ୍ସରେ ଧନପ୍ରାପ୍ତି ହୋଇପାରେ।

ଶନିବାର ବଡ଼ଲୋକଙ୍କ ସହ ମିଳାମିଶା ବଢ଼ିବ।

କର୍କଟ: ରବିବାର ପାଖ ଲୋକଙ୍କଠାରୁ ଖୁସି ଖବର ପାଇବେ।

ସୋମ, ମଙ୍ଗଳ ଓ ବୁଧବାର କାମ କରିବା ଲାଗି ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ।

ଗୁରୁ ଓ ଶୁକ୍ରବାର ସ୍ବାସ୍ଥ୍ୟ ଭଲ ରହିବ।

ଶନିବାର ଆୟରେ ବୃଦ୍ଧି ହେବ।

ସିଂହ: ରବିବାର ବିତ୍ତୀୟ ମାମଲାରେ ଲାଭ ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ଉଚ୍ଚପଦବିକୁ ମନୋନୀତ ହୋଇପାରନ୍ତି।

ଗୁରୁ ଓ ଶୁକ୍ରବାର ଅଫିସ୍‌ରେ ନୂଆ କାମ ହାତକୁ ନେବେ।

ଶନିବାର ବେପାରରେ ଲାଭ ହେବ।

କନ୍ୟା: ରବିବାର ଜୀନସାଥୀ ସହ ସମ୍ବନ୍ଧ ପ୍ରଗାଢ଼ ହେବ।

ସୋମ, ମଙ୍ଗଳ ଓ ବୁଧବାର ମନରେ ନୂଆ ନୂଆ ରଚନାତ୍ମକ ଭାବନା ଆସିବ।

ଗୁରୁ ଓ ଶୁକ୍ରବାର ଧନଲାଭ ହେବାର ଆଶା।

ଶନିବାର ଜମି ବିବାଦ ସମାପ୍ତ ହେବ।

ତୁଳା: ରବିବାର ବାଣୀ ଉପରେ ସଂଯମ ରଖନ୍ତୁ।

ସୋମ, ମଙ୍ଗଳ ଓ ବୁଧବାର ଉନ୍ନତିର ନୂଆ ମାର୍ଗ ଖୋଲିବ।

ଗୁରୁ ଓ ଶୁକ୍ରବାର କୌଣସି ଗୁପ୍ତ ରହସ୍ୟ ଜାଣିପାରିବେ।

ଶନିବାର ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

ବିଛା: ରବିବାର ବକେୟା ଧନ ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ ସଂପର୍କିତ ଅଶାନ୍ତି ଦୂର ହେବ।

ଗୁରୁ ଓ ଶୁକ୍ରବାର ଜୀବନକୁ ସୁନ୍ଦର ଭାବେ ଜିଇଁବାକୁ ଚେଷ୍ଟା କରିବେ।

ଶନିବାର ଫାଲ୍‌ତୁ କଥାଠାରୁ ଦୂରରେ ରୁହନ୍ତୁ।

ଧନୁ: ରବିବାର ଘରକୁ ବନ୍ଧୁ ଆସିପାରନ୍ତି।

ସୋମ, ମଙ୍ଗଳ ଓ ବୁଧବାର ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ।

ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ଶନିବାର ସବୁ ଚିନ୍ତା ଦୂରହେବ।

ମକର: ରବିବାର କାର୍ଯ୍ୟରେ ଭଲ ସଫଳତା ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

ଗୁରୁ ଓ ଶୁକ୍ରବାର ପ୍ରେମ ସମ୍ବନ୍ଧ ମଧୁର ହେବ।

ଶନିବାର ମନ ଉଦାସ ରହିବ।

କୁମ୍ଭ: ରବିବାର କିଛି ନୂଆ କାମ କରିବେ।

ସୋମ, ମଙ୍ଗଳ ଓ ବୁଧବାର ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ।

ଗୁରୁ ଓ ଶୁକ୍ରବାର କୌଣସି କାମ କରିବା ଲାଗି ଅଧିକ ପରିଶ୍ରମ କରିବେ।

ଶନିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ମୀନ: ରବିବାର କିଛି ଆଶା ପୂରଣ ହେବ।

ସୋମ, ମଙ୍ଗଳ ଓ ବୁଧବାର ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ଗୁରୁ ଓ ଶୁକ୍ରବାର ବେପାରରେ ଲାଭ ହେବ।

ଶନିବାର ସୁଷମ ଖାଦ୍ୟ ଭୋଜନ କରନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।