BoAt ଭାରତରେ ଲଞ୍ଚ କରିଛି Smart TAG, Apple ଏବଂ Samsung କୁ ଦେବ କଡ଼ା ଟକ୍କର

ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମେକର କମ୍ପାନୀ boAt ଭାରତୀୟ ବଜାରରେ ନିଜର Smart TAG ଲଞ୍ଚ କରିଛି । boAt Smart TAG ମାର୍କେଟରେ Apple Air Tag, Jio Air Tag ଏବଂ Samsung Air Tag ସହିତ ଟକ୍କର ଦେବ । boAt ନିଜର ସ୍ମାର୍ଟ ଟ୍ୟାଗକୁ ଅଫରଡେବଲ୍ ରେଞ୍ଜରେ ଲଞ୍ଚ କରିଛି । boAt ର ସ୍ମାର୍ଟ ଟ୍ୟାଗ୍ ଠିକ୍ Apple, Jio ଏବଂ Samsung ଟ୍ୟାଗ୍ ପରି କାମ କରିଥାଏ । ଏହା […] The post BoAt ଭାରତରେ ଲଞ୍ଚ କରିଛି Smart TAG, Apple ଏବଂ Samsung କୁ ଦେବ କଡ଼ା ଟକ୍କର appeared first on KNews Odisha.

Feb 24, 2025 - 09:34
BoAt ଭାରତରେ ଲଞ୍ଚ କରିଛି Smart TAG, Apple ଏବଂ Samsung କୁ ଦେବ କଡ଼ା ଟକ୍କର
boat

ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମେକର କମ୍ପାନୀ boAt ଭାରତୀୟ ବଜାରରେ ନିଜର Smart TAG ଲଞ୍ଚ କରିଛି । boAt Smart TAG ମାର୍କେଟରେ Apple Air Tag, Jio Air Tag ଏବଂ Samsung Air Tag ସହିତ ଟକ୍କର ଦେବ । boAt ନିଜର ସ୍ମାର୍ଟ ଟ୍ୟାଗକୁ ଅଫରଡେବଲ୍ ରେଞ୍ଜରେ ଲଞ୍ଚ କରିଛି ।

boAt ର ସ୍ମାର୍ଟ ଟ୍ୟାଗ୍ ଠିକ୍ Apple, Jio ଏବଂ Samsung ଟ୍ୟାଗ୍ ପରି କାମ କରିଥାଏ । ଏହା ମାଧ୍ୟମରେ ଆପଣ ଆପଣଙ୍କର ହଜିଯାଇଥବା ଜିନିଷଗୁଡିକୁ ବହୁତ୍ ସହଜରେ ଖୋଜିପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଫିଚର୍ସ ଏବଂ ପ୍ରାଇସର ଡିଟେଲ୍ସ ।

boAt Smart Air TAG ର ଫିଚର :
boAt Smart Air TAG ସେମି ରିୟଲ ଟାଇମ୍ ଗ୍ଲୋବାଲ୍ ଲୋକେସନ୍ ଟ୍ରାକିଂ ଫିଚର ସହିତ ଆସିଥାଏ । ଏହି ସ୍ମାର୍ଟ ଏୟାର ଟ୍ୟାଗ୍ ଆପଣଙ୍କ ୱେଲେଟ୍, ଚାବି ଏବଂ ଅନ୍ୟାନ୍ୟ ଜିନିଷଗୁଡିକୁ ସହଜରେ ଟ୍ରାକ୍ କରିବା ପାଇଁ ଗୁଗୁଲ୍ ର Find My Device ଫିଚର ବ୍ୟବହାର କରିପାରିବେ । ଏହି ନୂଆ ଏୟାର ଟ୍ୟାଗ୍ BLE ବ୍ୟବହାର କରେ ଏବଂ ଏଥିରେ ୮୦ ଡେସିବଲର ଆଲାରାମ୍ ମଧ୍ୟ ରହିଛି ।

ଯଦି ଆପଣ boAt Smart Air TAG କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କୁ କହିବୁ ଯେ ଏହି boAt Smart Air TAG କେବଳ ୧୦ ମିଟର ରେଞ୍ଜ ମଧ୍ୟରେ ଥିବା ସମୟରେ ହିଁ ଜିନିଷକୁ ଟ୍ରାକ୍ କରିପାରିବ । ପ୍ରାଇଭେସି ଦୃଷ୍ଟିରୁ ମଧ୍ୟ କମ୍ପାନୀ ଏଥିରେ ସ୍ମାର୍ଟ ଫିଚର ପ୍ରଦାନ କରିଛି । କମ୍ପାନୀ ନୂଆ ସ୍ମାର୍ଟ ଏୟାର ଟ୍ୟାଗ୍ ସହିତ ଗ୍ରାହକମାନଙ୍କୁ ଏକ୍ସଟ୍ରା ବ୍ୟାଟେରୀ ମଧ୍ୟ ଦେଉଛି । କମ୍ପାନୀ ଦାବି କରିଛି ଯେ ଏହାର ବ୍ୟାଟେରୀ ଗୋଟିଏ ବର୍ଷର ଲମ୍ବା ବ୍ୟାଟେରୀ ଲାଇଫ୍ ପ୍ରଦାନ କରିବ । boAt Smart Air TAG ଆଣ୍ଡ୍ରଏଡ୍ ସିଷ୍ଟମର ଚାଲୁଥିବା ସମସ୍ତ ଡିଭାଇସକୁ ସପୋର୍ଟ କରିବ ।

ପ୍ରାଇସ୍ :
ଯଦି ଆପଣ boAt Smart Air TAG କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କହିବୁ ଯେ ଏହାକୁ ମାତ୍ର ୧୨୯୯ ଟଙ୍କାରେ କିଣିପାରିବେ । ହେଲେ ଏହା ବର୍ତ୍ତମାନ ଲଞ୍ଚ ପ୍ରାଇସରେ ଅଛି, କିନ୍ତୁ କିଛି ସମୟ ପରେ ଏହାର ମୂଲ୍ୟ ବଢ଼ାଯାଇପାରେ । କମ୍ପାନୀ ଏହାକୁ ବ୍ଲାକ୍ କଲରରେ ଲଞ୍ଚ କରିଛି । ଆପଣ ଏହି ନୂଆ Air TAG କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରୁ କିଣିପାରିବେ । ଏହାର ସେଲ୍ ୨୪ ଫେବୃଆରୀ ୨୦୨୫ ରୁ ଆରମ୍ଭ ହେବ ।

The post BoAt ଭାରତରେ ଲଞ୍ଚ କରିଛି Smart TAG, Apple ଏବଂ Samsung କୁ ଦେବ କଡ଼ା ଟକ୍କର appeared first on KNews Odisha.