ମଧ୍ୟାହ୍ନ ଭୋଜନରେ ପାତର ଅନ୍ତର, ତାତିଲେ ଗ୍ରାମବାସୀ

ବାଙ୍ଗିରିପୋଷି : ମଧ୍ୟାହ୍ନ ଭୋଜନରେ ପାତର ଅନ୍ତର । ଘରୋଇ କଳିକୁ କେନ୍ଦ୍ରକରି ପୁଣି ଛାତ୍ରଙ୍କୁ ଖାଇବାକୁ ଦେଲେନି ରୋଷେୟା । ଘଟଣାକୁ ନେଇ ତାତିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବିଇଓ, ଏବିଇଓ ଓ ଝାରପୋଖରିଆ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଉକ୍ତ ରୋଷେୟାକୁ କାର୍ଯ୍ୟରେ ଯୋଗ ନଦେବାକୁ ନିର୍ଦ୍ଦେଶ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସିର୍ସା ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ […] The post ମଧ୍ୟାହ୍ନ ଭୋଜନରେ ପାତର ଅନ୍ତର, ତାତିଲେ ଗ୍ରାମବାସୀ appeared first on KNews Odisha.

Apr 16, 2025 - 07:48
ମଧ୍ୟାହ୍ନ ଭୋଜନରେ ପାତର ଅନ୍ତର, ତାତିଲେ ଗ୍ରାମବାସୀ
bangiriposi

ବାଙ୍ଗିରିପୋଷି : ମଧ୍ୟାହ୍ନ ଭୋଜନରେ ପାତର ଅନ୍ତର । ଘରୋଇ କଳିକୁ କେନ୍ଦ୍ରକରି ପୁଣି ଛାତ୍ରଙ୍କୁ ଖାଇବାକୁ ଦେଲେନି ରୋଷେୟା । ଘଟଣାକୁ ନେଇ ତାତିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବିଇଓ, ଏବିଇଓ ଓ ଝାରପୋଖରିଆ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଉକ୍ତ ରୋଷେୟାକୁ କାର୍ଯ୍ୟରେ ଯୋଗ ନଦେବାକୁ ନିର୍ଦ୍ଦେଶ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସିର୍ସା ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ରୋଷେୟା ଗାଁରେ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ରକରି ଏହି ବିଦ୍ୟାଳୟରେ ପାଠପଢ଼ୁଥିବା ଉକ୍ତ ପରିବାରର ପିଲାମାନଙ୍କୁ ଖାଇବାକୁ ଦେଇନଥିଲେ ରୋଷେୟା । ଏନେଇ ପୂର୍ବରୁ ସ୍ଥାନୀୟ ବିଇଓଙ୍କୁ ଅବଗତ କରାଇବା ସହ ବିବାଦୀୟ ରୋଷେୟାଙ୍କୁ ବହିଷ୍କାର କରିବାକୁ BEOଙ୍କ ନିକଟରେ ଲିଖିତ ଭାବେ ଜଣାଇ ଥିଲେ ଅଭିଭାବକ । କିନ୍ତୁ ବିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଆଜି ପୁଣି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟହ୍ନ ଭୋଜନରୁ ବଞ୍ଚିତ ରହିଥିଲେ । ଘଟଣାର ଖବର ପାଇ  BEO, ABEO କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

The post ମଧ୍ୟାହ୍ନ ଭୋଜନରେ ପାତର ଅନ୍ତର, ତାତିଲେ ଗ୍ରାମବାସୀ appeared first on KNews Odisha.