ବିଞ୍ଛଣାରେ ପଡ଼ିଥିବା ଏଇ ପୁଅ ପାଇଁ ମାଆ ହିଁ ସାହା ଭରଷା

କଣ୍ଟାମାଳ: ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ସାଥିରେ ନେଇ ଆସେ । ଏହାର ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ପଞ୍ଚାୟତ ରେଙ୍ଗାଲି ଗ୍ରାମର ଅନାଦି ନାରାୟାଣ ମହାନନ୍ଦିଆଙ୍କ ଜୀବନରେ ।  ଅନାଦିଙ୍କ ବୟସ ୩୦ ବର୍ଷ । ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ୧୫ ବର୍ଷ ହେଲା ଗୋଡ ହାତ ସବୁ ସରୁ ହୋଇ ଅଚଳ ହୋଇଯିବାରୁ ଏବେ ସେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ଅର୍ଥାଭାବ କାରଣରୁ […] The post ବିଞ୍ଛଣାରେ ପଡ଼ିଥିବା ଏଇ ପୁଅ ପାଇଁ ମାଆ ହିଁ ସାହା ଭରଷା appeared first on KNews Odisha.

May 11, 2025 - 12:19
ବିଞ୍ଛଣାରେ ପଡ଼ିଥିବା ଏଇ ପୁଅ ପାଇଁ ମାଆ ହିଁ ସାହା ଭରଷା
mother

କଣ୍ଟାମାଳ: ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ସାଥିରେ ନେଇ ଆସେ । ଏହାର ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ପଞ୍ଚାୟତ ରେଙ୍ଗାଲି ଗ୍ରାମର ଅନାଦି ନାରାୟାଣ ମହାନନ୍ଦିଆଙ୍କ ଜୀବନରେ ।  ଅନାଦିଙ୍କ ବୟସ ୩୦ ବର୍ଷ । ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ୧୫ ବର୍ଷ ହେଲା ଗୋଡ ହାତ ସବୁ ସରୁ ହୋଇ ଅଚଳ ହୋଇଯିବାରୁ ଏବେ ସେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ଅର୍ଥାଭାବ କାରଣରୁ ଚିକିତ୍ସା ହୋଇନପାରି ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଅନାଦି । ଏପଟେ ପୁଅର ଚିକିତ୍ସା ପାଇଁ ବୃଦ୍ଧ ବିଧବା ମାଆ ନିଜର ଜମି ବାଡ଼ି,ସବୁ ବିକ୍ରି କରି ଏବେ ସର୍ବସ୍ୱାନ୍ତ । ଆଉ ବଡଭାଇର ଚିକିତ୍ସା ପାଇଁ ସାନ ଭାଇ ବି ତାମିଲନାଡୁ ଦାଦନ ଖଟିବାକୁ ଯାଇଥିବା ଭଳି ଘଟଣା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।

ତେବେ ସୂଚନା ଥାଉକି, ରେଙ୍ଗାଲି ଗାଁର ଗରିବ ବିଧବା ଭାନୁମତୀ ମହାନନ୍ଦିଆ ନିଜର ବଡ ପୁଅ ଅନାଦି, ସାନ ପୁଅ ସହିତ ବସବାସ କରନ୍ତି । ଭାନୁମତୀଙ୍କୁ ବିଧବା ଭତ୍ତା ୧୦୦୦ ଟଙ୍କା ଏବଂ ଅନ୍ତୋର୍ଦୟ ଯୋଜନାରେ ୩୫ କେଜି ଚାଉଳ ମିଳୁଛି । ଏପଟେ ଅନାଦୀକୁ ବି ୧୦୦୦ ଟଙ୍କା ଭତ୍ତା ମିଳୁଛି । ଏତିକିରେ ସୁରୁଖୁରୁରେ ତାଙ୍କ ପରିବାର ଚଳିଯାଏ । କିନ୍ତୁ ଦୁଃଖର କଥା ଅନାଦି ଶତପ୍ରତିଶତ ଭିନ୍ନକ୍ଷମ ଥିବା ସତ୍ତ୍ୱେ ସେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଥିବା ସେ ଅଭିଯୋଗ କରିଛନ୍ତି । ସେ ଶଯ୍ୟାଶାୟୀ ଥିବାରୁ ସେ ପଞ୍ଚାୟତ ଅଫିସ କିମ୍ବା ବ୍ଲକ ଅଫିସ୍ ଯାଇ ପାରୁନଥିବାରୁ ତାଙ୍କ କଥା କେହି ଶୁଣୁ ନ ଥିବା ଅନାଦି ଅଭିଯୋଗ କରିଛନ୍ତି ।

ଆଜକୁ ୨୫ ବର୍ଷ ପୂର୍ବେ ସ୍ୱାମୀ ଶିବ ମହାନନ୍ଦିଆଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ଝିଅଙ୍କର ବାହାଘର ମଧ୍ୟ ସରିଯାଇଛି । ଦୀର୍ଘ ୧୫ ବର୍ଷ ପୂର୍ବେ ଅନାଦି ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିଲାବେଳେ ଅଚାନକ ତାଙ୍କର ଦେହ ଖରାପ ହେଲା । ସେ ସ୍କୁଲରୁ ଘରକୁ ଫେରି ଆସିଥିଲେ । ଦେଖୁ ଦେଖୁ ଗୋଡ ହାତ ସବୁ ଝିମଝିମ କରିବା ସହିତ ଚାଲିନପାରି ପଡିଯାଉଥିଲେ ।

ମାଆ ଭାନୁମତୀ ତାଙ୍କୁ ପ୍ରଥମେ ସୋନପୁର, ମନମୁଣ୍ଡା, ବଲାଙ୍ଗୀର, ବରପାଲି ଆଦି ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ । ସେଠାରେ ଡାକ୍ତର ଅନାଦି ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା କଥା ଜଣାଇଥିଲେ ଏବଂ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବାକୁ ଭାନୁମତିଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟରେ ଭାନୁମତୀ ପୁଅର ଚିକିତ୍ସା ପାଇଁ ନିଜର ୩ ଏକର ଜମିରୁ ଗୋଟିଏ ଏକର ଜମି ବିକ୍ରି କରିସାରିଥିବାବେଳେ ନିଜର ସୁନା ରୁପା, ସବୁ ଗହଣା କରି ସର୍ବସ୍ୱାନ୍ତ ହୋଇସାରିଥିଲେ ଏବଂ ଘରେ ସାନ ପୁଅ ଥିବାରୁ ଭାନୁମତୀଙ୍କୁ ତାଙ୍କ ମୁହଁରେ ଆହାର ଦେବାକୁ ପଡୁଥିଲା । ଫଳରେ ଅର୍ଥାଭାବ ଯୋଗୁଁ ଅନାଦିଙ୍କର ଆଉ ଚିକିତ୍ସା କରିନପାରି ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଫଳରେ ତାଙ୍କର ହାତ ଗୋଡ ଅଚଳ ହୋଇଯାଇଥିବାବେଳେ ଏବେ ହାତ ଗୋଡ଼ ସବୁ ବଙ୍କା ହୋଇଯାଉଛି । ଖଟରେ ପଡି ମୁତ୍ୟୁସହିତ ସଂଗ୍ରାମ କରୁଛି ଅସହାୟ ଅନାଦି ।

ପୁଅର ଏପରି ଅବସ୍ଥାରେ ଭାଙ୍ଗିଛନ୍ତି ମାଆ ଭାନୁମତୀ । ଜିଲ୍ଲାପ୍ରଶାସନ ତରଫରୁ ଥରେ ୧୦ ହଜାର ଏବଂ ଆଉଥରେ ୫ ଯାହାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ତାହା ସମୁଦ୍ରକୁ ସଂଖେ ବୋଲି ଭାନୁମତୀ କହିଛନ୍ତି । ଘରର ଏହି ସବୁ ପରିସ୍ଥିତି ସହିତ ବଡଭାଇର ଚିକିତ୍ସା ଓ ବିଧବା ବୁଢ଼ୀ ମାଆ ମୁହଁରେ ଆହାର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ସାନ ପୁଅ କଏରୁ । ସେ ବର୍ତ୍ତମାନ ତାମିଲନାଡୁ ଦାଦନ ଖଟିବାକୁ ଯାଇଛନ୍ତି । ଆଉ ସେଠୁ ଟଙ୍କା ପଠାଇଲେ ବଡଭାଇର ଚିକିତ୍ସା କରିବାକୁ ମାଆଙ୍କୁ କହିଯାଇଥିବା ଭାନୁମତୀଙ୍କ ଠାରୁ ଜାଣିବାକୁ ମିଳିଛି ।

ବିଞ୍ଛଣାରେ ପଡି ରହିଥିବା ଅନାଦିକୁ ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରନ୍ତେ ତାହେଲେ ତାଙ୍କର ଚିକିତ୍ସା ହୋଇପାରନ୍ତା ବୋଲି ଭାନୁମତୀ କହିଛନ୍ତି । ସେହିପରି ଯଦି କେହି ତାଙ୍କୁ ଚିକିତ୍ସା ପାଇଁ ସହଯୋଗ କରିବାକୁ ଚାହାଁନ୍ତି ତେବେ ଏହି ଠିକଣାରେ ସହ ଯୋଗ କରିପାରିବେ। ଅପରପଟେ ତୁରନ୍ତ ସରକାରୀ ସହଯୋଗ ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।

ନାମ-ଅନାଦି ମହାନନ୍ଦିଆ
ମାଅ-ଭାନୁ ମହାନନ୍ଦିଆ
ଗ୍ରାମ-ରେଙ୍ଗାଲି
ପୋଷ୍ଟ-ଖଟଖଟିଆ
ଭାୟା-ବଘୀଆବାହାଲ
ଜିଲ୍ଲା-ବୌଦ୍ଧ
ମୋବାଇଲ ନମ୍ବର- +91 80186 81053
A/C number – 34371748111
IFSC CODE – SBIN0007764

ଆହୁରି ପଢନ୍ତୁ: ଭେଣ୍ଡିଆ ପୁଅର ଗୋଡ଼ରେ ଲୁହାର ବେଡି, ତଥାପି ମିଳୁନି ସହାୟତା

 

The post ବିଞ୍ଛଣାରେ ପଡ଼ିଥିବା ଏଇ ପୁଅ ପାଇଁ ମାଆ ହିଁ ସାହା ଭରଷା appeared first on KNews Odisha.