ବାଇକକୁ ଧକ୍କା ଦେଲା ହାଇୱା, ୨ ମୃତ
ଆନନ୍ଦପୁର : ହାଇୱା ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଏପରି ଅଘଟଣ ଘଟିଛି ଜାତୀୟ ରାଜପଥ ୨୦ ଘଷିପୁରା ଥାନା ଶୈଲଙ୍ଗ ଗାଁ ନିକଟସ୍ଥ ବିଜି ମୋଟର ନିକଟରେ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ବାଇକରେ ଚଉମୁଇଁ କଲୋନୀର ୩ ଜଣ ଯୁବକ କେନ୍ଦୁଝର ଆଡକୁ ଯାଉଥିବା ସମୟରେ ଗୋଟିଏ ମେଟାଲ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଛି । ଦୁର୍ଘଟଣା ସ୍ଥଳରେ ଶିବମ ଦେହୁରୀଙ୍କ ମୃତ୍ୟୁ ହୋଇଥିବା […] The post ବାଇକକୁ ଧକ୍କା ଦେଲା ହାଇୱା, ୨ ମୃତ appeared first on KNews Odisha.


ଆନନ୍ଦପୁର : ହାଇୱା ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଏପରି ଅଘଟଣ ଘଟିଛି ଜାତୀୟ ରାଜପଥ ୨୦ ଘଷିପୁରା ଥାନା ଶୈଲଙ୍ଗ ଗାଁ ନିକଟସ୍ଥ ବିଜି ମୋଟର ନିକଟରେ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ବାଇକରେ ଚଉମୁଇଁ କଲୋନୀର ୩ ଜଣ ଯୁବକ କେନ୍ଦୁଝର ଆଡକୁ ଯାଉଥିବା ସମୟରେ ଗୋଟିଏ ମେଟାଲ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଛି ।
ଦୁର୍ଘଟଣା ସ୍ଥଳରେ ଶିବମ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ଆଣିବା ପରେ ସିପୁନ ଖଟୁଆ ନାମକ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଗୁରୁତର ଦୀପକ ଦେହୁରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିବା ବେଳେ ପୋଲିସ ଉଭୟ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
The post ବାଇକକୁ ଧକ୍କା ଦେଲା ହାଇୱା, ୨ ମୃତ appeared first on KNews Odisha.