ବାଇକକୁ ଧକ୍କା ଦେଲା ଟ୍ରକ୍, ବାପ ପୁଅ ମୃତ

କେନ୍ଦୁଝର : ଟ୍ରକ୍ ଧକ୍କାରେ ବାପ ପୁଅ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥରର ବରଡେଡା ନିକଟରେ ଘଟିଛି ସିରିଜ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ବାଇକ୍ ଆରୋହୀ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଆହାରପଡା ଅଞ୍ଚଳର ଦିଲ୍ଲୀପ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ ପ୍ରିତମ ଭଟ୍ଟାଚାର୍ଯ୍ୟ । ଉଭୟ ବାପା ପୁଅ ବାଇକ ଯୋଗେ ଯାଉଥିବା ବେଳେ ବରବେଡା ନିକଟରେ […] The post ବାଇକକୁ ଧକ୍କା ଦେଲା ଟ୍ରକ୍, ବାପ ପୁଅ ମୃତ appeared first on KNews Odisha.

Feb 1, 2025 - 06:56
ବାଇକକୁ ଧକ୍କା ଦେଲା ଟ୍ରକ୍, ବାପ ପୁଅ ମୃତ
accident

କେନ୍ଦୁଝର : ଟ୍ରକ୍ ଧକ୍କାରେ ବାପ ପୁଅ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥରର ବରଡେଡା ନିକଟରେ ଘଟିଛି ସିରିଜ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ବାଇକ୍ ଆରୋହୀ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଆହାରପଡା ଅଞ୍ଚଳର ଦିଲ୍ଲୀପ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ ପ୍ରିତମ ଭଟ୍ଟାଚାର୍ଯ୍ୟ । ଉଭୟ ବାପା ପୁଅ ବାଇକ ଯୋଗେ ଯାଉଥିବା ବେଳେ ବରବେଡା ନିକଟରେ ଏକ ଟ୍ରକ ପଛରେ ଧକ୍କାଦେଇଥିଲା। ଦୁର୍ଘଟଣା ପରେ ପଛରେ ଆସୁଥିବା ଏକ କାର ମଧ୍ୟ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି।

The post ବାଇକକୁ ଧକ୍କା ଦେଲା ଟ୍ରକ୍, ବାପ ପୁଅ ମୃତ appeared first on KNews Odisha.