କବିତା – ବନ୍ଦେ ହିନ୍ଦୁସ୍ତାନ 

ବନ୍ଦେ ହିନ୍ଦୁସ୍ତାନ  —————————————- ଜଳରେ ସ୍ଥଳରେ ଆକାଶରେ ଅବା  ପାତାଳରେ ତୁମେ ଲୁଚ  ଯେଉଁଠି ବି ଥାଅ ଠାଵ କରି ଆମେ  ମାରିବୁରେ ଜାତୀ ନୀଚ୍ଚ  ଧ୍ୱଂସ କରିବୁ ବିଭୀଷିକା ରଚି  ଜାଳିଦେବୁ ତୁମ ପୁର  ଧୂଳିସାତ ହେବ ସବୁ ଅହମିକା  ଶୁଭୁଥିବ ହାହାକାର  ଶାନ୍ତ୍ରାସ ବାଦର ମୁଳୋତ୍ପାଟ୍ଟନ ତ  ଆମର ପ୍ରଥମ ମନ୍ତ୍ର  ଅଭିମନ୍ତ୍ରିତ କରାଇଛୁ ଆମେ  ବିଶ୍ୱରେ ସବୁ ରାଷ୍ଟ୍ର  ନିନ୍ଦା କରୁଛୁ ସତ ଧିକାର  ଛାର... The post କବିତା – ବନ୍ଦେ ହିନ୍ଦୁସ୍ତାନ  appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

May 10, 2025 - 12:29
କବିତା – ବନ୍ଦେ ହିନ୍ଦୁସ୍ତାନ 

ବନ୍ଦେ ହିନ୍ଦୁସ୍ତାନ 

—————————————-
ଜଳରେ ସ୍ଥଳରେ ଆକାଶରେ ଅବା 
ପାତାଳରେ ତୁମେ ଲୁଚ 
ଯେଉଁଠି ବି ଥାଅ ଠାଵ କରି ଆମେ 
ମାରିବୁରେ ଜାତୀ ନୀଚ୍ଚ 
ଧ୍ୱଂସ କରିବୁ ବିଭୀଷିକା ରଚି 
ଜାଳିଦେବୁ ତୁମ ପୁର 
ଧୂଳିସାତ ହେବ ସବୁ ଅହମିକା 
ଶୁଭୁଥିବ ହାହାକାର 
ଶାନ୍ତ୍ରାସ ବାଦର ମୁଳୋତ୍ପାଟ୍ଟନ ତ 
ଆମର ପ୍ରଥମ ମନ୍ତ୍ର 
ଅଭିମନ୍ତ୍ରିତ କରାଇଛୁ ଆମେ 
ବିଶ୍ୱରେ ସବୁ ରାଷ୍ଟ୍ର 
ନିନ୍ଦା କରୁଛୁ ସତ ଧିକାର 
ଛାର ତୁମ ହିନ କର୍ମ 
ଧର୍ମ ର ଧ୍ବଜା ଉଡାଏ ଏ ଜାତୀ 
ଭିଜୁଥିବ ତୁମ ମର୍ମ 
ମର୍ମେ ମର୍ମେ ଶାନ୍ତିର ଗୀତ ଗାଉଥାଏ ଏହି ଜାତୀ 
ଶତ୍ରୁ ଲାଗିଲେ କ୍ଷଣେ ଛାଡିବନି 
ଭରିଯାଏ ଦେହେ ପୁଣି ତାତି 
ଘୋର ତମସା କୁ ନାହିଁ ତିଳେ ଡର 
ଡମ୍ବରୁ ନାଦ କରେ 
ଫଟାଇ ଦିଏ ମୋ ବୀର ସନ୍ତାନ 
ହିମ ଗିରି ତାର କରେ 
ଉଚିତ ଜାବାବ ଦେଇଛି ମୋ ମାଟି 
ଫାଡି ପାକିସ୍ତାନ ଛାତି 
ଜଳ ସ୍ଥଳ ବନ ଗିରି ଆକାଶରେ 
ଦେଖାଇଛି ବାଜିମାତି 
ବନ୍ଦୀ କରିଛି ସେନା ମୁଖ୍ୟ ଆଣି 
ଅକାଳେ ବନ୍ୟା ରଚି 
ତାଣ୍ଡବ ରଚିଛି ପାକ ମାଟିରେ 
ଯେତେସବୁ ବାଛିବୁଛି 
ରଣ ହୁଙ୍କାର ରଣ ଦୁନ୍ଦୁଭି 
ବିଘୁଲ ବାଜୁଛି ରହି 
ଭେରୀ ତୁରୀ ଆଉ ପଟ୍ଟହଃ କାହାଳୀ 
ପାରୁ ନାହଁ ତୁମେ ସହି 
ସବୁ ବାହିନୀ ମୋ ସଜାଗ ଏବେରେ 
ସମୁଦ୍ରେ ମନ୍ଥିଛି ଆଜି 
ଯୁଦ୍ଧ ବିମାନ ଦରିଆ ବୁକୁରେ 
ଲଗାଇଛି ପୁଣି ବାଜୀ 
ଆକାଶରେ ରହି ସୁଦର୍ଶନ ଚକ୍ର 
କାଟୁଛି ତୁମର ଅସ୍ତ୍ର 
ବାହୁବଳୀ ମୋର ବୀର ସନ୍ତାନ 
କରେ ଧରି ଅସ୍ତ୍ରଶସ୍ତ୍ର 
ଯେତେପାର ସେତେ କରରେ ପ୍ରହାର
କୋଟି ସିଂହ ପରାକ୍ରମ
ମଝାଁସିଂହ ଜିଣି ବିକ୍ରମ ମୋପୁତ୍ର
ଅଟେ କାଳ ଫାସ ଦୃମ
ଦୁଷ୍ଟ ବିନାସ ଏ ଜାତୀର ଲକ୍ଷ୍ୟ
ଲୁପ୍ତ ହେବ ଥୟ ଧର
ସରଣା ଗତ ତ ହୋଇଲଣି ତୁମେ
ଧର ଧର ମାର ମାର
ଆଜି ରାତ୍ର ପାହି ପ୍ରାଚୀ ନଭ କୋଳେ
ଆସିବେ ଧର୍ମ ଦେବତା
ଧରା ପୃଷ୍ଟେ ତୁମ ନାଁ ବି ନ ଥିବ
ସାହା ଆମ ସୃଷ୍ଟି କର୍ତ୍ତା
ତୁଙ୍ଗ ହିମାଳୟ କିରିଟ ମୋହର
ଗଙ୍ଗା ଧୁଏ ଯା ପାଦ
ସତଦଳ ପଦ୍ମ ପୟରେ ମୋହର
ନାହିଁ ତ କିଛି ଆପଦ
ମୋ ବୀର ଦୁଲ୍ଲlଳ କରେ ଧନୁର୍ବଳ
ଆକାଶରେ ସୁଦର୍ଶନ
ନାହିଁ ଡର ତିଳେ ଆଗକୁ ଯାଅ ରେ
ରଖ ଜନନୀ ସମ୍ମାନ
ଯେଉଁ ଜାତୀ ବୀର ପୁରୁଷ ଉତ୍ତମ
ଗଲେ କାଞ୍ଚି ଅଭିଯାନେ
ମାତୃ ଭୂମିର ମର୍ଯ୍ୟାଦା ପାଇଁକି
ଜଗନ୍ନାଥ ରାଣାଙ୍ଗନେ
ସୀତା ସତୀଙ୍କର ଆଖିର ଲୁହରେ
ଲଙ୍କପୁରୀ ଵିଧ୍ଵଂସିତ
ମାରି ଦଶାନନ ମେଘ କୁମ୍ଭକର୍ଣ୍ଣ
ହେଲା ମହି ଉସ୍ୱାସିତ
ପାଞ୍ଚଳିକୁ ହେଳେ କରି ବିବସନା
ପୁରୁଷ ପୁଙ୍ଗବ ଭାବେ
ଭାରତ ଯୁଦ୍ଧ ତ ତା ପାଇଁ ହୋଇଲା
ନାରୀର ମର୍ଯ୍ୟାଦା ଲଭେ
ପହେଲ ଗାଁ ରେ ମଦେଶ ରମଣୀ
ଧର୍ମର ଦ୍ୱାହି ଦେଇ
ପୋଛି ଦେଲ ତାର ମଥାରୁ ସିନ୍ଦୂର
ଆଉ ପାରିବନି ରହି
ଭାଙ୍ଗିଦେଲ ନବ ବଧୁର ଶଙ୍ଖାକୁ
ଶିକୁଳି ରେ ତୁମ ହାତ
ହାଣି ବେଣୀ ରକ୍ତେ ବାନ୍ଧିବୁ ଜୁଡାକୁ
କରିବରେ ପଶ୍ଚାତାପ
ନାରୀ ଶକ୍ତି ଏବେ ସାଜିଛି ଚାମୁଣ୍ଡା
ଦୁଈ ନାରୀ ସେନା ଧକ୍ଷ
ହିଆ ପିଞ୍ଜରାକୁ ଫାଡିବେ ଏବେରେ
ଫଟାଇ ତୁମର ବକ୍ଷ
ପିଇବେ ରୁଧିର ଲଗାଇ ତିଳକ
ରକ୍ତର ଚିତା ନାଇ
ରଣ ହୁଙ୍କାର ଶୁଣରେ ଅଇରୀ
ବେଢିଯିବେ ହୋଇ ଛାଇ
ନାହିଁ ଏବେ ଛାଡ଼ିବାର ରେ ମୁହୂର୍ତ୍ତେ
ରଣଚଣ୍ଡୀ ଉଗ୍ରଚଣ୍ଡା
କାତ୍ୟାୟନୀ ଦୁର୍ଗା ଦୁର୍ଗତିନାଶିନୀ
କରିବେ ତୁମକୁ ଲଣ୍ଡା
କଡା ମର୍ଦ୍ଦଳ ଦାଉଣ୍ଡି ଘୁମୁରା
ବାଜୁଅଛି ଏଡ଼େ ଶବ୍ଦେ
ପଦାନତ ହେବ ରାକ୍ଷସ ଜାତୀଟା
ଏହି ହେଲା ମହା ଯୁଦ୍ଧେ
ତ୍ରାହି ତ୍ରାହି ତୁମ କେହି ଶୁଣିବେନି
ସବୁତ ବୀର ଦେବତା
ସରଗୁ ଓଲ୍ହାଇ ଆସିଛନ୍ତି ଏବେ
ସେହି ପୁଣି ତ୍ରାଣ କର୍ତ୍ତା
ଆଉ ଛାଡ଼ିବେନି ସହିବାର ସୀମା
ତୁମେ ଉଲଂଘନ କଲ
ନିସ୍ଥାର ନାହିଁ ରେ କପଟୀ ଶାନ୍ତ୍ରାସୀ
ହେବ ତୁମେ କବଲ ll
———————————————–

ତୋ ସନ୍ତାନ ମା 

The post କବିତା – ବନ୍ଦେ ହିନ୍ଦୁସ୍ତାନ  appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.