” ଅଣୁ ନାଟକ ” ର ଶୁଭ ଉନ୍ମୋଚନ
” ଅଣୁ ନାଟକ ” ର ଶୁଭ ଉନ୍ମୋଚନ ଖଇରା,୩୦/୦୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଧୋବାଗଡିଆ ସ୍ଥିତ ପ୍ରୋ-ହେଲଥ୍ ଫିଜିଓ ଥେରାପି କେନ୍ଦ୍ର ପରିସରରେ ବସନ୍ତ କୁମାର ଦାସଙ୍କ ଦ୍ବାରା ରଚିତ ” ଅଣୁ ନାଟକ ” ର ଶୁଭ ଉନ୍ମୋଚନ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପ୍ରସାଦ ପେଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ମନମୋହନ ପାଢୀ,... The post ” ଅଣୁ ନାଟକ ” ର ଶୁଭ ଉନ୍ମୋଚନ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

” ଅଣୁ ନାଟକ ” ର ଶୁଭ ଉନ୍ମୋଚନ
ଖଇରା,୩୦/୦୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଧୋବାଗଡିଆ ସ୍ଥିତ ପ୍ରୋ-ହେଲଥ୍ ଫିଜିଓ ଥେରାପି କେନ୍ଦ୍ର ପରିସରରେ ବସନ୍ତ କୁମାର ଦାସଙ୍କ ଦ୍ବାରା ରଚିତ ” ଅଣୁ ନାଟକ ” ର ଶୁଭ ଉନ୍ମୋଚନ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପ୍ରସାଦ ପେଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ମନମୋହନ ପାଢୀ, ମୁଖ୍ୟ ବକ୍ତା ଭାବେ ସାହିତ୍ଯିକ ଓ ପାଲା ଗାୟକ ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ସୁଦର୍ଶନ ରାଉତ, ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ ଓ ନିରଞ୍ଜନ ମହାନ୍ତି, ପରେଶ ପ୍ରସାଦ ଦକ୍ଷିଣରାୟ ଓ ବସନ୍ତ କୁମାର ବେହେରା ମଞ୍ଚାସୀନ ହୋଇ ନାଟ୍ୟକାର ବସନ୍ତ କୁମାର ଦାସଙ୍କ ” ଅଣୁ ନାଟକ ” ର ସମୀକ୍ଷା କରିବା ସହିତ ତାଙ୍କ ପ୍ରତିଭା ବିଷୟରେ ବଖାଣି ଥିଲେ । ଏଥିରେ କୈଳାସ ପୃଷ୍ଟି, ବିପିନ୍ ବିହାରୀ ଦାସ, ନିରଞ୍ଜନ ପ୍ରସାଦ ବାରିକଙ୍କ ସମେତ ବହୁ କବି, ଲେଖକ ଓ ସାହିତ୍ୟିକ ଯୋଗଦେଇ ଉନ୍ମୋଚନ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଅଣୁ ନାଟକ ରଚୟିତା ବସନ୍ତ କୁମାର ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ ହୋଇଥିଲା ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ
The post ” ଅଣୁ ନାଟକ ” ର ଶୁଭ ଉନ୍ମୋଚନ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.